ଆସନ୍ତା ୨୪ରେ ଆନ୍ଧ୍ର ରାଜ୍ୟପାଳ ଭାବେ ଶପଥ ନେବେ ବିଶ୍ୱଭୂଷଣ

ଭୁବନେଶ୍ୱର : ଆସନ୍ତା ୨୪ ତାରିଖରେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ। ଏନେଇ ସେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ୱାଇ.ଏସ୍. ଜଗନମୋହନ ରେଡ୍ଡିଙ୍କ ସହ ଆଲୋଚନା କରିଥିବା ନିଜେ ବିଶ୍ୱଭୂଷଣ କହିଛନ୍ତି। ଏଥିସହ ଶପଥ ଗ୍ରହଣ ଉତ୍ସବକୁ ନିରାଡ଼ମ୍ବର କରିବା ପାଇଁ ତାଙ୍କୁ ଅନୁରୋଧ କରିଛନ୍ତି।

ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତ କରିଥିବା ଗତ ମଙ୍ଗଳବାର ରାଷ୍ଟ୍ରପତି ଭବନ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହରିଚନ୍ଦନ, ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବାବେଳେ ନୀଳମଣି ରାଉତରାୟ, ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ସେ ଶିଳ୍ପ, ରାଜସ୍ୱ, ଆଇନ, ଖାଦ୍ୟ ଯୋଗାଣ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଥିଲେ। ୧୯୮୦ରୁ ୮୮ ଯାଏଁ ସେ ରାଜ୍ୟ ବିଜେପି ସଭାପତି ଦାୟିତ୍ୱରେ ରହିଥିଲେ।

You might also like