ବିଶ୍ୱଭୂଷଣଙ୍କ ମନ୍ତବ୍ୟ ପରେ ଅପରାଜିତାଙ୍କ ରାସ୍ତା ସଫା !

ଭୁବନେଶ୍ୱର: ଅବସରପ୍ରାପ୍ତ IAS ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱରରୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ତେବେ ଏତିକି ବେଳେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ମନ୍ତବ୍ୟ ଏହି ଚର୍ଚ୍ଚାକୁ ଆହୁରି ଅଧିକ ଖୋରାକ୍ ଯୋଗାଇଛି।

ଗତଥର ଭୁବନେଶ୍ୱର ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ ବିଶ୍ୱଭୂଷଣ ହରିଚନ୍ଦନଙ୍କ ପୁଅ ପୃଥ୍ୱୀରାଜ ହରିଚନ୍ଦନ। ତେବେ ଏଥର ପୁଅର ନିର୍ବାଚନ ଲଢ଼ିବା ନେଇ ବିଶ୍ୱଭୂଷଣ କହିଛନ୍ତି, ପୃଥ୍ୱୀରାଜ ଏଥର ଚିଲିକାରୁ ବିଧାନସଭା ଲଢ଼ିବେ ବୋଲି ଆପାତତଃ ସ୍ଥିର ହୋଇଛି।

ବିଶ୍ୱଭୂଷଣଙ୍କ ଏହି ମନ୍ତବ୍ୟ ପରେ ଅପରାଜିତା ଷଡ଼ଙ୍ଗୀଙ୍କ ରାସ୍ତା ସଫା ହୋଇଥିବା ଚର୍ଚ୍ଚା ହେଉଛି। ଆସନ୍ତା ୨୭ ତାରିଖରେ ଅପରାଜିତା ବିଜେପିରେ ବିଧିବଦ୍ଧ ଭାବେ ଯୋଗଦାନ କରିବେ। ୨୮ ତାରିଖରେ ସେ ଭୁବନେଶ୍ୱର ଆସିବେ ବୋଲି ଆଜି ବିଶ୍ୱଭୂଷଣ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

You might also like