ଦାମଙ୍କ ପାଇଁ ଜନ୍ତା ବସିଲା

ଭୁବନେଶ୍ୱର: ବେଶ୍ କିଛି ଦିନ ହେଲା ଗୋଟିଏ ପରେ ଗୋଟିଏ ବାଣ ମାରି ସରକାରଙ୍କୁ ଘାଇଲା କରୁଥିବା ଦାମଙ୍କ ମୁହଁରେ ଲଗାମ୍‌ ଦେବାକୁ ବିଜେଡିର ପ୍ରୟାସ। ଦାମଙ୍କ ବିରୋଧରେ ବିଜେଡି ସୁପ୍ରିମୋ ନବୀନଙ୍କ ପାଖରେ ଫେରାଦ ହୋଇ ଲିଖିତ ଅଭିଯୋଗ କରିଛନ୍ତି ଜଗତସିଂହପୁର ଜିଲ୍ଲା ସଭାପତି ବିଷ୍ଣୁ ଦାସ ଓ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି। ଏରସମାର ଏକ ମିଟିଂରେ ଦାମ, କଂଗ୍ରେସ ଓ ବିଜେପି ନେତାଙ୍କ ସହ ମିଶି ଦଳ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗ କରିଛନ୍ତି ବିଷ୍ଣୁ। ତେଣୁ ଦାମଙ୍କୁ ଦଳରୁ ବହିଷ୍କାର ପାଇଁ ସେ ଦାବି କରିଛନ୍ତି।

ସେହିପରି ଦାମଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ବିଧାୟକ ପ୍ରଶାନ୍ତ ମୁଦୁଲି। ସେପଟେ ଏ ନେଇ ପ୍ରତିକ୍ରିୟା ରଖି ଦାମ କହିଛନ୍ତି, କଣ ବିଷ୍ଣୁ ଦାସଙ୍କ କଥାରେ ନବୀନ ତାଙ୍କୁ ବହିଷ୍କାର କରିଦେବେ।

ଏହା ଛଡ଼ା ବିଷ୍ଣୁଙ୍କୁ ତତ୍ସଲ୍ୟ କରି ଦାମ କହିଛନ୍ତି ସେ ଓଡ଼ିଆ କି ଇଂରାଜୀରେ କଥା କହିବା ଶିଖିନାହାନ୍ତି।

ନବୀନ ଜାଣନ୍ତି ବିଷ୍ଣୁ ଦାସ କେମିତିକା ଲୋକ। ଓଲଟି ବିଷ୍ଣୁ ଦାସ ଜଣେ ଅସାମାଜିକ ଲୋକ ତାଙ୍କର ରାଜନୀତିରେ ରହିବା ପାଇଁ ସାଧାରଣ ଯୋଗ୍ୟତା ନାହିଁ ବୋଲି ଦାମ କହିଛନ୍ତି।

You might also like