• translate
Sarbeswar

ଭୁବନେଶ୍ୱର: କରୋନା ବାହାନା ଦେଖାଇ କୌଣସି ସ୍ଥାନରେ ଜାଗର ମେଳା କରାଇବାକୁ ଅନୁମତି ଦେଲେ ନାହିଁ ରାଜ୍ୟ ସରକାର। କିନ୍ତୁ ନିଜେ ନୂଆପଡାରେ ଯାଇ ବିରାଟ ସମାବେଶ କରିଦେଲେ। ଏ ନିର୍ଲଜ ସରକାରଙ୍କୁ କଣ କହିବୁ? ଏମିତି ଘଟଣା ରାଜ୍ୟବାସୀଙ୍କୁ ମର୍ମାହତ କରିଛି। ଗୋଟିଏ ପଟେ କରୋନା ବଢୁଥିବାରୁ ଅନେକ ରାଜ୍ୟରେ ଲକଡାଉନ ଓ ସଟଡାଉନ ମଧ୍ୟ ପୁଣି ଥରେ ଆରମ୍ଭ ହେଲାଣି କିନ୍ତୁ ଏମାନେ ଚେତୁ ନାହାନ୍ତି। ଏମିତି କିଛି ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ଉପନେତା ତଥା ବିଜେପି ବିଧାୟକ ବିଷ୍ଣୁ ସେଠୀ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୋଟିଏ ପଟେ ଚାଷୀ ଓ ଜଙ୍ଗଲ ଜଳୁଛି। ତେଣୁ ରାଜନୀତିରେ ମଧ୍ୟ କିଛି ଲୋକଙ୍କ ଜଳିବା ଆରମ୍ଭ ହୋଇଥିବା କହିଛନ୍ତି ବିଷ୍ଣୁ।

କରୋନା ପାଇଁ ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଆସୁନାହାନ୍ତି କିନ୍ତୁ କଳାହାଣ୍ଡି, ନୂଆପଡ଼ା ସମେତ ସୁନ୍ଦରଗଡ଼ରେ ଯାଇ ସଭା କରୁଛନ୍ତି। ଆମେ ତ ଆଶ୍ଚର୍ଯ୍ୟ ହେଉଛୁ ଯେ, ସେହି ସ୍ଥାନରେ ଭାଷଣ ଦେଲେ କଣ କରୋନା ହେବ ନାହିଁ? ସେ କେମିତି ଭୋଟ୍‌ ନେବେ ତାହା ପାଇଁ ଭାରି ଚିନ୍ତିତ ଅଛନ୍ତି। ଚାଷୀର କଥା ଆଉ ତାର ଉଦବେଗ ପ୍ରତି ସରକାରଙ୍କ କୌଣସି ନଜର ନଥିବା ବିଷ୍ଣୁ ଅଭିଯୋଗ କରିଛନ୍ତି। ଏହାସହ, ଆମେ କେତେ ଥର ମନ୍ତ୍ରୀଙ୍କୁ ଗୋଟିଏ ପ୍ରଶ୍ନ କରିବୁ? ବାରମ୍ବାର ଗୃହରେ ହୋହାଲ୍ଲା କରିବାକୁ ଆମକୁ ମଧ୍ୟ ଲଜ୍ଜା ଲାଗୁଛି।

ବିଧାନସଭାରେ ଯେତେ ପଦ୍ଧତି ଆପଣାଇବା କଥା ଆମେ ଆପଣାଇଛୁ। ଆଉ କୌଣସି ପଦ୍ଧତି ବାକି ନାହିଁ ବୋଲି ଶ୍ରୀ ସେଠୀ କହିଛନ୍ତି। କେବଳ ଏତିକି ନୁହେଁ, ପଂଚାୟତ ନିର୍ବାଚନ ୨ ମାସ ବାକି ଥିବ ପୁଣି ଥରେ ଚିଟଫଣ୍ଡ ତଦନ୍ତକାରୀ କମିଶନଙ୍କ ଅଫିସ ଖୋଲିବ। ସେହି ସମୟରେ ଟିକେ ଟିକେ ଥୋପ ଦେଇଦେବେ, ଆଉ କାଳିଆ ବଳିଆ ଟଙ୍କା ମଧ୍ୟ ସେହି ସମୟରେ ମିଳିବ ବୋଲି ବିଷ୍ଣୁ କଟାକ୍ଷ କରି କହିଛନ୍ତି।

ଆଉ କେବଳ ଥୋପ ଦେଇ ଗୋଟିଏ ଗୋଟିଏ ବାଳିଆ ଉଠାଇବେ। ଏଠି ଥାର୍ଡ ଫ୍ଲୋଲରେ ଗୋଟିଏ ଭଲ ନାଟକ ଦଳ ଚାଲିଛି। ଯେଉଁମାନେ ଅବସର ନେଉଛନ୍ତି ସେମାନଙ୍କୁ କେଉଁଠି ନା କେଉଁଠି ଥଇଥାନ କରାଯାଉଛି। ଏଠି ବେକାର ଯୁବକ ନିଯୁକ୍ତି ପାଉନାହିଁ କିନ୍ତୁ ମୁଖ୍ୟଶାସନ ସଚିବ ଅବସର ନେବା ପରେ ତାଙ୍କୁ ସାଙ୍ଗେ ସାଙ୍ଗେ ଅନ୍ୟ ସ୍ଥାନରେ ନିଯୁକ୍ତି ଦିଆଯାଉଛି। ଏଠି ରାଜ୍ୟ କେମିତି ଚାଲିବ? କେବଳ ସଲାସୁତୁରାରେ ସବୁ ଚାଲିଛି ବୋଲି ବିଷ୍ଣୁ କହିଛନ୍ତି। ତେବେ ଆଜି ବି ବିରୋଧୀଙ୍କ ହୋହାଲ୍ଲା ଲାଗି ଗୃହ ବାରମ୍ବାର ମୁଲତବୀ ହୋଇଥିଲା।

Other Stories