ପାରାଦୀପ ଆସନ ଉପରେ ବିଷ୍ଣୁଙ୍କ ଆଖି

ଭୁବନେଶ୍ୱର: ଦାମ ରାଉତଙ୍କୁ ବିଜେଡିରୁ ବହିଷ୍କାର ପରେ ପାରାଦୀପ ବିଧାନସଭା ଆସନରେ ଲଢ଼ିବାକୁ ପ୍ରସ୍ତୁତ ଥିବା ବରିଷ୍ଠ ନେତା ବିଷ୍ଣୁ ଦାସ କହିଛନ୍ତି। ଦଳ ଓ ମୁଖ୍ୟମନ୍ତ୍ରୀ ଚାହିଁଲେ ସେ ପାରାଦୀପରୁ ଲଢ଼ିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ବିଷ୍ଣୁ କହିଛନ୍ତି।

ଏହା ସହିତ ସେ କହିଛନ୍ତି, ଦାମ ଏକୁଟିଆ ଥିବା ବେଳେ ଆମ ପାଖରେ ଦଳ ଓ ସଂଗଠନ ଅଛି। ଜିଲ୍ଲାର ଅନେକ କର୍ମୀଙ୍କୁ ଦାମ ଡରାଇ ରଖିଥିଲେ, ଏବେ ସେହି କର୍ମୀମାନେ ସ୍ୱେଚ୍ଛାକୃତ ଭାବେ ଆସି ଦଳକୁ ଆଗେଇ ନେବେ ବୋଲି ବିଷ୍ଣୁ କହିଛନ୍ତି। ଅନ୍ୟପଟେ ଦାମୋଦର ରାଉତ କହିଛନ୍ତି, ବିଷ୍ଣୁ ତାଙ୍କ ଜାତକରେ କେବେ ବି ପାରାଦୀପରୁ ଜିତିପାରିବେ ନାହିଁ।

 

 

You might also like