ଭଦ୍ରକ: ଏକ ସଙ୍ଗେ ଜନ୍ମଦିନ ପାଳନ କଲେ ବାପା ପୁଅ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ଓଡ଼ଙ୍ଗ ଟିଏମସିରେ ଏଭଳି ଜନ୍ମଦିନ ପାଳନ ହେଉଥିବାର ଦେଖିବାକୁ ମିଳିଛି । ରାମପୁର ପଞ୍ଚାୟତ ଓହାସପୁର ଗ୍ରାମର ରାଜେଶ ସାହୁ ନିଜ ପରିବାର ସହ ବାଙ୍ଗାଲୋରରେ ରହୁଥିଲେ । ସେ ତାଙ୍କ ୩ ବର୍ଷର ପୁଅ ସହ ପୂରା ପରିବାର ୨୦ ତାରିଖରେ ବାଙ୍ଗାଲୋରରୁ ଭଦ୍ରକ ଫେରିଥିଲେ ।
ସେମାନଙ୍କୁ ଓଡ଼ଙ୍ଗ ସ୍ଥିତ ଟିଏମସିରେ ରଖାଯାଇଥିଲା । ତେବେ ଉଭୟ ବାପା ଓ ତିନି ବର୍ଷ ପୁଅର ଜନ୍ମଦିନ ପଡ଼ିଥିଲା। ସେମାନଙ୍କ ପାଇଁ ଦୁଇଟି କେକ ଟିଏମସି ପରିସରରେ କଟାଯିବା ସହ ଜନ୍ମଦିନ ପାଳନ କରାଯାଇଛି । ବାପା ପୁଅ ଏକ ସଙ୍ଗେ କେକ୍ କାଟିବା ସହ ଟିଏମସିରେ ରହୁଥିବା ୧୧୩ ଜଣ ଅନ୍ତେବାସୀଙ୍କୁ କେକ ଓ ମିଠା ପ୍ରଦାନ କରାଯାଇଥିଲା । ଏଥିରେ ଓଡ଼ଙ୍ଗ ସରପଞ୍ଚଙ୍କ ସମେତ ଟିଏମସିର ସଦସ୍ୟମାନେ ଉପସ୍ଥିତ ଥିଲେ ।