ଝାରସୁଗୁଡ଼ାରେ ସୁପର ସ୍ପ୍ରେଡର ! କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ରେ ବର୍ଥ ଡେ’ ପାର୍ଟି ସେଲିବ୍ରେସନ୍‌

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ସୁପର ସ୍ପ୍ରେଡର !  ଗୁରୁଗ୍ରାମରୁ ଆସିଥିବା ଜଣେ ମହିଳାଙ୍କ ସଂସ୍ପର୍ଶରେ ଆସି ବ୍ରଜରାଜନଗରର ଓପିଏମ କଲୋନୀରେ ୧୭ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।  ମହିଳା ଜଣଙ୍କ ହୋମ୍ କ୍ୱାରେଣ୍ଟିନରେ ଥିବାବେଳେ କୋଭିଡ୍ ନିୟମ ନ ମାନି ପୁଅର ବର୍ଥ ଡେ’ ପାର୍ଟି ଆୟୋଜନ କରିବା ସହ ପଡୋଶୀ ମାନଙ୍କୁ ନିମନ୍ତ୍ରଣ ମଧ୍ୟ କରିଥିଲେ।

ସବୁଠାରୁ ବଡ଼ କଥା, ଜନ୍ମଦିନ ପାଳନ କରାଯାଇଥିବା ଅଞ୍ଚଳ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଭାବେ ଘୋଷଣା ହୋଇଛି। ଏସବୁ ପରେ ମଧ୍ୟ ସେହି ଅଞ୍ଚଳରେ ମହିଳା ଜଣକ ବର୍ଥ ଡେ’ ପାର୍ଟିର ଆୟୋଜନ କରିଥିଲେ। ଖାଲି ଏତିକି ନୁହେଁ, ସମ୍ପୃକ୍ତ ମହିଳା ଜଣକ ସେହି ଅଞ୍ଚଳର ଅନ୍ୟ ଜଣେ ପରିବାରରେ ଆୟୋଜନ ହୋଇଥିବା ବିବାହ ବାର୍ଷିକୀରେ ମଧ୍ୟ ଯୋଗ ଦେଇଥିଲେ। ଯାହାଦ୍ୱାରା ସଂକ୍ରମଣ ବ୍ୟାପିଥିବା କୁହାଯାଉଛି।

ସୂଚନାଥାଉ କି, ଉକ୍ତ ମହିଳା ଜଣକ କିଛି ଦିନ ତଳେ ସ୍ୱାମୀ ଓ ପୁଅଙ୍କ ସହ ଗୁରୁଗ୍ରାମରୁ ଫେରିଥିଲେ।  ଏହାପରେ ତାଙ୍କୁ ହୋମ୍ କ୍ୱାରେଣ୍ଟିନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ମହିଳା ଜଣକ ନିୟମ ନ ମାନି ପାର୍ଟି ଆୟୋଜନ କରିବା ସହ ପାର୍ଟିରେ ଯୋଗ ମଧ୍ୟ ଦେଇଥିଲେ।

ପାର୍ଟି ଆୟୋଜନ କରିଥିବା ୨ ପରିବାରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଅଧିକ ଓଡିଶା କରୋନା ଖବର ଜାଣିବା ପାଇଁ ଆମ ସହିତ ଯୋଡି ହୁଅନ୍ତୁ

ଆହୁରି ପଢ଼ନ୍ତୁ: କରୋନା ରେ କିପରି ନେବେ ଆଖିର ଯତ୍ନ

ଆହୁରି ପଢ଼ନ୍ତୁ

Coronavirus Odisha News: ଦିନକରେ ୪,୨୩୭ କରୋନା ଆକ୍ରାନ୍ତ‌ ଚିହ୍ନଟ

Coronavirus Odisha News: ୪ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ

ଦିନକରେ ଓଡ଼ିଶାରେ ୪,୧୮୦ କରୋନା ଆକ୍ରାନ୍ତ‌ ଚିହ୍ନଟ: ଖୋର୍ଦ୍ଧାରୁ ୬୮୮, କଟକରୁ ୪୯୨

ଦିନକରେ ଓଡ଼ିଶାରେ ୪,୨୪୧ କରୋନା ପଜିଟିଭ୍‌‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୪୭

Corona Update In Odisha: ୨୪ ଘଣ୍ଟାରେ ୪,୨୭୦ ପଜିଟିଭ୍‌ ଚିହ୍ନଟ

୨୪ ଘଣ୍ଟାରେ ଓଡ଼ିଶାରୁ ୩,୫୪୩ କରୋନା ପଜିଟିଭ୍‌ ଚିହ୍ନଟ, ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ଚିହ୍ନଟ

Corona Updates In Odisha: ଦିନକରେ ୩,୨୬୭ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ୮୦୦ରୁ ଅଧିକ

Corona Updates In Odisha: ଦିନକରେ ଚିହ୍ନଟ ହେଲେ ୩,୨୧୯ କରୋନା ପଜିଟିଭ୍‌

୨୪ ଘଣ୍ଟାରେ ଓଡ଼ିଶାରେ ୩,୦୨୫ କରୋନା ଆକ୍ରାନ୍ତ‌ ଚିହ୍ନଟ

Corona Updates In Odisha: ୨୪ ଘଣ୍ଟାରେ ଓଡ଼ିଶାରେ ୨,୬୦୨ କରୋନା ପଜିଟିଭ୍‌ ଚିହ୍ନଟ, ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ

ଚାନ୍ଦବାଲି ବିଧାୟକଙ୍କୁ କରୋନା: Chandbali MLA Byomkesh Ray Tests Covid19 Positive

ଓଡ଼ିଶାରେ ଦିନକରେ ୩,୬୮୨ କରୋନା ଆକ୍ରାନ୍ତ‌ ଚିହ୍ନଟ, ଚିନ୍ତା ବଢ଼ାଇଲା ଖୋର୍ଦ୍ଧା

You might also like