ନିଖୋଜ ହୋଇଥିବା ବୀରମିତ୍ରପୁର ଥାନା ଦୁଷ୍କର୍ମ ପୀଡ଼ିତା ଉଦ୍ଧାର

ରାଉରକେଲା: ନିଖୋଜ ହୋଇଥିବା ବୀରମିତ୍ରପୁର ଥାନା ଦୁଷ୍କର୍ମ ପୀଡ଼ିତା ଉଦ୍ଧାର ହୋଇଛନ୍ତି।  ନାବାଳିକାଙ୍କୁ ବୀରମିତ୍ରପୁର ଝୁରୁମୁର ଅଞ୍ଚଳରୁ ଉଦ୍ଧାର କରିଛି ପୋଲିସ। ଗତକାଲି ସଂଧ୍ୟାରୁ ଏସ୍ଓଏସ୍ ଭିଲେଜ୍‌ରୁ ନିଖୋଜ ହୋଇଥିଲେ ନାବାଳିକା। ନିଖୋଜ ନେଇ ଛେଣ୍ଡ ଥାନାରେ ଏତଲା କରିଥିଲେ ଏସଓଏସ କର୍ତ୍ତୃପକ୍ଷ।

ଗତ ଜୁଲାଇରେ ବୀରମିତ୍ରପୁର ଥାନାରେ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ରହିଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ତତ୍କାଳୀନ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀ ନିଲମ୍ବିତ ହୋଇ ଏବେ ଜେଲ୍‌ରେ ଅଛନ୍ତି। ମାମଲାର ତଦନ୍ତ ଭାର ଏବେ ରାଜ୍ୟ କ୍ରାଇମବ୍ରାଞ୍ଚ ହାତରେ ରହିଛି।

You might also like