ପାକିସ୍ତାନ ଜେଲ୍‌ରୁ ସୁନ୍ଦରଗଡ଼, ୨୫ ବର୍ଷ ପରେ ଓଡ଼ିଶା ଫେରିଲେ ବିର୍‌ଜୁ କୁଲୁ

ରାଉରକେଲା: ପାକିସ୍ତାନ ଜେଲ୍‌‌ରେ ୨୦ ବର୍ଷ ବନ୍ଦୀ ଜୀବନ କାଟିବା ପରେ ଓଡ଼ିଶା ଫେରିଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ବିର୍‌ଜୁ କୁଲୁ। ଆଜି ସକାଳେ ସେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅଫିସରେ ପହଞ୍ଚିଛନ୍ତି।

କୁତ୍ରା ବ୍ଲକ ଅଫିସରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ବିର୍‌ଜୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଜିଲ୍ଲା ପ୍ରଶାସନ କର୍ମଚାରୀଙ୍କ ସହ କୁତ୍ରାରୁ ନିଜ ଗାଁ କଟଙ୍ଗ ଅଭିମୁଖେ ଯାଇଥିଲେ ବିର୍‌ଜୁ।  ଓଡ଼ିଶା ଫେରିବା ପରେ ଭଲ ଲାଗୁଛି ବୋଲି ସେ କହିଛନ୍ତି।

୨୫ ବର୍ଷ ଧରି ନିଖୋଜ ଥିଲେ ବିର୍‌ଜୁ।  ଗତବର୍ଷ ଜଣାପଡ଼ିଥିଲା ଯେ, ସେ ପାକିସ୍ତାନ ଜେଲ୍‌ରେ ବନ୍ଦୀ ଅଛନ୍ତି। ଏହା ପରେ ତାଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହୋଇଥିଲା ପ୍ରକ୍ରିୟା। ଦୀର୍ଘ ୨୦ ବର୍ଷ ଧରି ସେ ଲାହୋର ଜେଲ୍‌ରେ ବନ୍ଦୀ ଥିଲେ।

ଗତ ଅକ୍ଟୋବର ୨୬ରେ ପାକିସ୍ତାନ ଜେଲ୍‌ରୁ ମୁକୁଳିବା ପରେ ବିର୍‌ଜୁଙ୍କୁ ପ୍ରଥମେ ପଞ୍ଜାବ ଅମୃତସରର ଏକ କୋଭିଡ୍ ସେଣ୍ଟରରେ ରଖାଯାଇଥିଲା। ସେଠାକୁ ଯାଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ବିର୍‌ଜୁଙ୍କୁ ଧରି ଏକ ସ୍ୱତନ୍ତ୍ର ଗାଡ଼ିରେ ଆଣିଥିଲେ।

ଅନ୍ୟପକ୍ଷେ ରାସନ କାର୍ଡ ସହ ବିର୍‌ଜୁଙ୍କୁ ଘର ଯୋଗାଇ ଦିଆଯିବ ବୋଲି ବିଡିଓ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

You might also like