ବାର୍ଡ ଫ୍ଲୁ ଆଶଙ୍କା: ଚିଲିକାରୁ ଗଲା ସାମ୍ପଲ

ଖୋର୍ଦ୍ଧା: ପୁଣି ବ୍ୟାପୁଛି କି ବାର୍ଡ ଫ୍ଲୁ? ମିଳିଥିବା ସୂଚନା ଅନୁସାରେ, ଦେଶର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ପଦକ୍ଷେପ ନେଲା ପ୍ରାଣୀଧନ ବିଭାଗ।  ଚିଲିକାରୁ ପାଖାପାଖି  ୪ ଶହ ସାମ୍ପଲ ଟେଷ୍ଟ ପାଇଁ ପଠାଇଲା ପ୍ରାଣୀଧନ ବିଭାଗ। ଏହାସହ ଚିଲିକାରୁ ପକ୍ଷୀ ସାମ୍ପଲ ସହ OUATକୁ  କୁକୁଡ଼ାଙ୍କ ସାମ୍ପଲ ପଠାଗଲା। କେବଳ ଏତିକି ନୁହେଁ ବରଂ ଫୁଲନଖରା ପଶୁରୋଗ ଗବେଷଣା ପ୍ରତିଷ୍ଠାନ ବି ସାମ୍ପଲ ଯାଇଥିବା ନେଇ ସୂଚନା ମିଳିଛି। ପରେ ଚିଲିକା ନଳବଣରୁ ମଧ୍ୟ ସାମ୍ପଲ ପଠାଯିବା ନେଇ ସୂଚନା ଦେଲେ ଖୋର୍ଦ୍ଧା CDVO।

ତେବେ କରୋନା ସମୟରେ ଏପରି ଭାବରେ ବାର୍ଡ ଫ୍ଲୁ ଆସିଥିବାରୁ ଆତଙ୍କିତ ଅବସ୍ଥାରେ ଲୋକେ ଅଛନ୍ତି। କାରଣ କେଉଁଠାରୁ ଏହି ଭୂତାଣୁ ବ୍ୟାପିଛି ତାହାନେଇ କୌଣସି ସୂଚନା ମିଳିନାହିଁ। କିନ୍ତୁ ପ୍ରତିଶୋଧକମୂଳକ ପଦକ୍ଷେପ ନିଆଯାଉଥିବା ସୂଚନା ରହିଛି। ଯେପରି ଭାବରେ ଭୂତାଣୁ ନବ୍ୟାପେ ସେଇ ସ୍ୱତନ୍ତ୍ର ଦୃଷ୍ଟି ମଧ୍ୟ ଦିଆଯାଇଛି।

କରୋନା ସାରା ଦେଶରେ ହାହାକାର ପକାଇ ଦେଇଥିବା ବେଳେ ଏବେ ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ ଚିନ୍ତା ବଢ଼ାଇଲାଣି ବାର୍ଡଫ୍ଲୁ। ଏହି ରୋଗରେ କୁଆମାନଙ୍କ ମୃତ୍ୟୁ ହେଉଥିବା ରାଜସ୍ଥାନ ନାଗରିକ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ବାର୍ଡ ଫ୍ଲୁ ବ୍ୟାପିବା ପରେ ରାଜ୍ୟରେ ହାଇ ଆଲର୍ଟ ଜାରି କରାଯ।ଇଛି। ରାଜ୍ୟ ମୁଖ୍ୟ ଶାସନ ସଚିବ କୁଞ୍ଜିଲାଲ୍ ମୀନା ଏନେଇ ସୂଚନା ଦେଇ କହିଛନ୍ତି “କୋଟାରେ ବର୍ତ୍ତମାନ ସୁଧା ୪୭ କୁଆଙ୍କର ମୃତ୍ୟୁ ହୋଇଛି। ସେହିପରି ଜହଲୱାରରେ ୧୦୦ ବାରାନରେ ୭୨ କୁଆଙ୍କର ମୃତ୍ୟୁ ହୋଇଥିବା ବେଳେ ବୁନ୍ଦୀରେ ଗୋଟିଏ ବି ମୃତ୍ୟୁ ହୋଇନାହିଁ। ସ୍ଥିତି ନିୟନ୍ତ୍ରଣ ପାଇଁ ଆମେ ଆବଶ୍ୟକ ପଦକ୍ଷେପ ନେବା ସହିତ ସଚେତନାତ ସୃଷ୍ଟି କରୁଛୁ।”

ବାର୍ଡ ଫ୍ଲୁ ରୋଗରେ ଝଲୱାରରେ ୨୫ କୁଆ, ବାର୍‌ରାରେ ୧୯, ଓ କୋଟାରେ ୨୨ କୁଆଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଜୋଧ୍‌ପୁରରେ ୧୫୨ କୁଆଙ୍କର ମୃତଦେହ ମିଳିଥିଲା। ରାଜ୍ୟର ଝଲୱାର, କୋଟା, ପାଲ ଓ ଅନ୍ୟାନ୍ୟ ଜାଗାରୁ କୁଆଙ୍କର ମୃତ୍ୟୁ ହୋଇଥିବା ଦେଖାଯାଇଛି। କେବଳ କୁଆ ନୁହେଁ, ମାଛରଙ୍କା ଓ ମେଗାପିସ୍‌ ପକ୍ଷୀଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଦେଖାଯାଇଛି। ବାର୍ଡ ଫ୍ଲୁରେ ମୃତ୍ୟୁ ନେଇ ମୁଖ୍ୟ ଶାସନ ସଚିବ କହିଛନ୍ତି, ଝାଲୱାରରେ ଏକ କଣ୍ଟ୍ରୋଲ୍‌ ରୁମ୍‌ ଖୋଲାଯାଇ ରାଜ୍ୟରେ ଆଲର୍ଟ ଜାରି କରାଯାଇଛି।

You might also like