ଚିଲିକାରେ ପକ୍ଷୀ ସଂଖ୍ୟା ବୃଦ୍ଧି

ଭୁବନେଶ୍ୱର: ଚଳିତ ବର୍ଷ ଚିଲିକାରେ ଦେଢ଼ ଲକ୍ଷ ପକ୍ଷୀ ଅଧିକ ହୋଇଛନ୍ତି। ୧୮୧ଟି ପ୍ରଜାତିର ୧୦ ଲକ୍ଷ ୪୭ ହଜାର ୯୬୮ଟି ପକ୍ଷୀ ଚିଲିକାକୁ ଆସିଥିବା ବିଭାଗୀୟ ପକ୍ଷୀ ଗଣନା ରିପୋର୍ଟରୁ ଜଣା ପଡିଛି।

ଗତବର୍ଷ ଏହି ସଂଖ୍ୟା ୮ ଲକ୍ଷ ୯୩ ହଜାର ୩୯୦ ଥିବା ବେଳେ ଚଳିତ ବର୍ଷ ୧ ଲକ୍ଷ ୫୪ ହଜାର ୫୭୮ ବୃଦ୍ଧି ପାଇଛି। ଗତ ଦଶ ବର୍ଷ ଭିତରେ ଚଳିତ ବର୍ଷ ସର୍ବାଧିକ ପକ୍ଷୀ ଆସିଥିବା ଜଣା ପଡ଼ିଛି।

ଅନ୍ୟପଟେ ପକ୍ଷୀ ଅଭୟାରଣ୍ୟ ନଳବଣରେ ୩ ଲକ୍ଷ ୯୩ ହଜାର ୫୪୧ଟି ପକ୍ଷୀ ଅଛନ୍ତି। ଗତବର୍ଷ ଏହି ସଂଖ୍ୟା ୩ ଲକ୍ଷ ୨୦ ହଜାର ୮୨୬ ଥିଲା।  ପକ୍ଷୀ ଗଣନାରେ ୱାଇଲ୍‌ଡ୍‌ ଲାଇଫ୍‌ ଚିଲିକାର ୫ଟି ଡିଭିଜନରୁ ୨୧ଟି ଟିମ୍‌ ସାମିଲ ହୋଇଥିଲେ।

You might also like