ଥମିବାର ନାଁ ନେଉନି ବାର୍ଡଫ୍ଲୁ

ପୁରୀ : ଥମିବାର ନାଁ ନେଉନି ବାର୍ଡଫ୍ଲୁ। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ରେ ବ୍ୟାପିଥିବା ବାର୍ଡଫ୍ଲୁ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଅଷ୍ଟମ ଦିନରେ ବି ଜାରି ରହିଛି କୁକୁଡା ମରା ଅଭିଯାନ। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଆଜି ଆଉ ଏକ ୧୦ ଜଣିଆ ଟିମ୍‌ ପହଞ୍ଚି ବଡସାହି,ସାନସାହି ଓ ବାଉରୀପଲ୍ଲିରେ କୁକୁଡାମରା ଅଭିଯାନ ଜାରି ରଖିଛନ୍ତି।

ସେପଟେ ତିନିଦିନ ତଳେ ନବା ଓ ନନ୍ଦଳା ଗ୍ରାମର ଦୁଇଟି ଫାର୍ମରୁ କୁକୁଡା ମରୁଥିବା ଯୋଗୁଁ ନମୁନା ପରୀକ୍ଷା ପାଇଁ ଯାଇଥିଲା। ତେବେ ଏପର୍ଯ୍ୟନ୍ତ ରିପୋର୍ଟ ଆସିଛି କି ନାହିଁ ଜଣା ପଡିନାହିଁ। ଏପଟେ ସ୍ଥାନୀୟ ପ୍ରଶାସନ କୁକୁଡା ମରା ଅଭିଯାନ ସମ୍ପର୍କରେ ସୂଚନା ଦେଉନଥିବାର ଅଭିଯୋଗ ମଧ୍ୟ ସାମ୍ନାକୁ ଆସୁଛି।

ପ୍ରଥମେ ବାର୍ଡ ଫ୍ଲୁ ୧ କି.ମି ମଧ୍ୟରେ କୁକୁଡା ମାରିବାର ନିର୍ଦ୍ଦେଶ ଥିବାବେଳେ ଏବେ ୧୦ କିଲୋମିଟର ପରିଧି ମଧ୍ୟରେ କୁକୁଡା ମରା ଅଭିଯାନ ଚାଲିଛି। ଦିନକୁ ଦିନ ବାର୍ଡ ପ୍ଲୁ ବ୍ୟାପୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

You might also like