ପୁରୀ କୃଷ୍ଣପ୍ରସାଦରେ ଚାଲିଛି କୁକୁଡ଼ା ମରା ଅଭିଯାନ

ପୁରୀ  : ବାର୍ଡ ଫ୍ଲୁକୁ ନେଇ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ରେ ଚାଲିଛି କୁକୁଡା ମରା ଅଭିଯାନ। ଗତକାଲି ପ୍ରାୟ ୧ କିଲୋମିଟର ପରିଧିରେ ଥିବା ଫାର୍ମମାନଙ୍କରେ କୁକୁଡା ମରା ଶେଷ ହୋଇଥିବାବେଳେ ଆଜିଠୁ ଗାଁ ମାନଙ୍କରେ କୁକୁଡା ମରା ଅଭିଯାନ ଚାଲିଛି।

ଆଜି ଗୋଟିଏ ଟିମ୍ ମାଲୁଦ ଏବଂ ଏହାର ଆଖପାଖ ମୁଣ୍ଡାବର, ଗିଲିକାସି, ବଳରାମ ଏବଂ ନଳିତାକୁଦି ଆଦି ଅଞ୍ଚଳରେ ଘରୋଇ କୁକୁଡା ମରା ଅଭିଯାନ ଆରମ୍ଭ ହୋଇଛି। ଟିମ୍‌ ଘର ଘର ବୁଲି କୁକୁଡା ମାରିବା ସହ ଲୋକଙ୍କୁ ସଚେତନ ମଧ୍ୟ କରାଉଛନ୍ତି।

ମାରିଦେବା ପରେ ଗାତ ଖୋଳି ଫର୍ମାଲିନ ଏବଂ ବ୍ଲିଚିଂ ପକାଇ ସେସବୁ କୁକୁଡ଼ାକୁ ପୋତି ନଷ୍ଟ କରିଦିଆଯାଇଛି। ସେହିଭଳି ତିନିଟି ଟିମ୍‌କୁ କୃଷ୍ଣପ୍ରସାଦ ବ୍ଲକରେ ସଜାଗ ରଖାଯାଇଛି। ମାଲୁଦ ଏବଂ ପଥରଗଞ୍ଜର ୨ଟି ଫାର୍ମରେ ଗତକାଲି ପ୍ରାୟ ୪ଶହ କୁକୁଡ଼ାକୁ ମାରିଦିଆଯାଇଥିଲା।

ଆଗାମୀ ୧୦ ଦିନ ପାଇଁ କୃଷ୍ଣପ୍ରସାଦ ବ୍ଲକରୁ କୁକୁଡ଼ା ଓ ଅଣ୍ଡା ଚାଲାଣ ଉପରେ କଟକଣା ଲଗାଯାଇଛି।

You might also like