ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ରେ ବାର୍ଡ ଫ୍ଲୁ ସ୍ଥିତି ଗମ୍ଭୀର

ପୁରୀ : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ରେ ବାର୍ଡ ଫ୍ଲୁ ସ୍ଥିତି ଗମ୍ଭୀର। ଆଠଟି ଟିମ୍ ଗଠନ କରାଯାଇ କୁକୁଡ଼ା ମରା ଚାଲିଛି। ମାଲୁଦ ଓ ପଥର ଘାଟିର ଦୁଇଟି ଫାର୍ମରୁ ୪ ଶହ କୁକୁଡ଼ା ଆଗରୁ ମରାଯାଇଛି।

ବିଶୋଧକ ଦ୍ୱାରା ସେହି ଫାର୍ମଗୁଡ଼ିକର ଶୋଧନ କରାଯାଇଛି। ୧୫ ତାରିଖରୁ ଘରେ ଥିବା କୁକୁଡ଼ାଙ୍କୁ ମରାଯାଉଛି। ମାଲୁଦ, ବୁଡ଼ ସାହି, ସାନ ସାହି, ବୁଧିବର, ନୂଆ ସାହି ଆଦି ଗାଁରେ ଘରକୁ ଘର ଯାଇ କୁକୁଡ଼ା ମରାଯାଉଛି। ନନ୍ଦକା ଗାଁର ସୁନୀଲ ନାୟକଙ୍କ ଫାର୍ମରୁ ୩ ଶହ କୁକୁଡ଼ା ମରିଥିବା ବେଳେ ନବା ନିକଟରେ ଥିବା ପ୍ରତାପ ଚନ୍ଦ୍ର ବିଶ୍ୱାଳଙ୍କ ୧ ହଜାରରୁ ଅଧିକ କୁକୁଡ଼ା ମରିଛନ୍ତି।

ଆଜି ରାମଲେଙ୍କା ଗାଁର ଏକ ଫାର୍ମରେ କୁକୁ଼ଡ଼ା ମାରି ମାଟି ତଳେ ପୋତା ଯାଉଛି। କେତେକ ଫାର୍ମରେ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। କିନ୍ତୁ ଏଯାଏ ରିପୋର୍ଟ ଆସିନାହିଁ।

 

You might also like