ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ଆତଙ୍କ

ପୁରୀ: ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ଆତଙ୍କ। କୃଷ୍ଣପ୍ରସାଦ ବ୍ଲକ୍‌ରୁ କୁକୁଡ଼ା ମଡ଼କ ମିଳିବା ପରେ ନମୁନା ସଂଗ୍ରହ କରାଯାଇଥିଲା। ସଂଗ୍ରହ ହୋଇଥିବା ନମୁନା ପଜିଟିଭ୍ ବୋଲି ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଯାହାକୁ ନେଇ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ଅନ୍ୟପଟେ ଏହି ଘଟଣାକୁ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ସହ ନେଇଛି।

ତେବେ ଆସନ୍ତାକାଲି ଠାରୁ କୁକୁଡ଼ା ମରାଯିବ ବୋଲି ଜଣାପଡ଼ିଛି। ମୁଖ୍ୟତଃ କୃଷ୍ଣପ୍ରସାଦ ବ୍ଲକର ସାନସାହି, ମାଲୁଦ, ପଥରଗଞ୍ଜ ଅଞ୍ଚଳରେ କୁକୁଡ଼ାକୁ ମରାଯିବ। ଏହାସହ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦ ଦିନ ପାଇଁ ଅଣ୍ଡା ବ୍ୟାନ୍ କରାଯାଇଛି। ଯେଉଁ ସବୁ ଅଞ୍ଚଳରେ ବାର୍ଡ ଫ୍ଲୁ ନେଇ ସୂଚନା ମିଳିଛି ସେ ଅଞ୍ଚଳରେ ଅଣ୍ଡାକୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇଛି।

ଏପରିକି ମଧ୍ୟାହ୍ନ ଭୋଜନରେ ସ୍କୁଲ ପିଲାଙ୍କୁ, ଅଙ୍ଗନବାଡ଼ି କେନ୍ଦ୍ରରେ ବି ପିଲାଙ୍କୁ ଅଣ୍ଡା ନ ଦେବାକୁ ନିର୍ଦ୍ଦେଶ ହୋଇଛି। ସେପଟେ ଏହି ଘଟଣା ପରେ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ଗତ କିଛି ଦିନ ତଳେ ମାଲୁଦ ଅଞ୍ଚଳରେ କାଉର ମଡ଼କ ବିଭିନ୍ନ ସ୍ଥାନରେ ପଡ଼ି ରହିଥିଲା।

You might also like