ଆଜିଠାରୁ କୁକୁଡାମରା ଅଭିଯାନ; ବନ୍ଦ ରହିବ ନନ୍ଦନକାନନ ପକ୍ଷୀ ବିହାର

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ କୁକୁଡାମରା ଅଭିଯାନ। ଭୁବନେଶ୍ୱର ଶିରିପୁର ସ୍ଥିତ OUAT କ୍ୟାଂପସ୍ ଭିତରେ ଥିବା ଫାର୍ମରେ ବାର୍ଡ ଫ୍ଲୁ ଚିହ୍ନଟ ପରେ କୁକୁଡ଼ା ମାରିବାକୁ ନିଷ୍ପତ୍ତି ହୋଇଛି। ଏହି ଫାର୍ମର କୁକୁଡ଼ା ସାମ୍ପଲକୁ ଭୋପାଳ ଟେଷ୍ଟିଂ ଲ୍ୟାବ୍‌କୁ ପଠାଯାଇଥିଲା। ସାମ୍ପଲ୍ ପଜେଟିଭ୍ ଚିହ୍ନଟ୍ ହେବା ପରେ ଏବେ କୁକୁଡ଼ା ମରା ଅଭିଯାନ ଆରମ୍ଭ ହେବ।

ବାର୍ଡ ଫ୍ଲୁ ନେଇ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଥିବା OUAT ପାଥୋଲୋଜି ବିଭାଗ ମୁଖ୍ୟ ସୁଶେନ୍ ପଣ୍ଡା ସୂଚନା ଦେଇଛନ୍ତି। ବାର୍ଡ ଫ୍ଲୁ କେନ୍ଦ୍ର ସ୍ଥଳ OUATର ୧ କିଲୋମିଟର୍ ବ୍ୟାସାର୍ଦ୍ଧରେ କୁକୁଡ଼ା ମରା ହେବ।  କୁକୁଡ଼ା ମରାଯାଇ ଗଭୀର ଗାତ ଖୋଳି ପୋତିବାକୁ ନିର୍ଦ୍ଦେଶ ଦିଆଯାଇଛି। କୁକୁଡ଼ା ମରା ପାଇଁ ୧୨ଟି ଟିମ୍ ଗଠନ କରାଯାଇଛି। ସେମାନଙ୍କ ମଧ୍ୟରୁ ୭ଟି କୁକୁଡ଼ା ମାରିବେ ଓ ୫ଟି ଟିମ୍ ଜଗିବେ ବୋଲି ସୂଚନା ମିଳିଛି।

ଅନ୍ୟପଟେ ବାର୍ଡ ଫ୍ଲୁ ଆଶଙ୍କାରେ ଆଜିଠାରୁ ବନ୍ଦ ରହିବ ନନ୍ଦନକାନନ ପକ୍ଷୀ ବିହାର। ବାର୍ଡ ଫ୍ଲୁ ସତର୍କତା ନେଇ ପକ୍ଷୀ ବିହାର ବନ୍ଦ କରାଯାଇଛି। ଆଜିଠାରୁ ପକ୍ଷୀ ବିହାର ବନ୍ଦ ପାଇଁ ନିର୍ଦ୍ଦେଶ ହୋଇଛି। ପରବର୍ତ୍ତୀ ଆଦେଶ ଯାଏ ପକ୍ଷୀ ବିହାର ବନ୍ଦ ରହିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି।

You might also like