• translate
Prangyan Parimita

ଭଦ୍ରକ( ପାର୍ଥ ସାରଥୀ ନାୟକ): ମହାମାରୀର ପ୍ରାଦୁର୍ଭାବ ବିଶ୍ୱରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ଯାଇନଥିବା ବେଳେ ଫିକା ପଡ଼ିଲା ଐତିହ୍ୟ ଓ ପରମ୍ପରା ଗାଥା ବହନ କରୁଥିବା ଗୁଣ୍ଡୁଣୀ ମେଳା।  ଭଦ୍ରକ ଜିଲ୍ଲା  ତିହିଡି ବ୍ଲକ ପାଳିଆବିନ୍ଧା ପ୍ରାଚୀନ ଅର୍କକ୍ଷେତ୍ର ବିରଞ୍ଚି ନାରାୟଣ ପୀଠରେ ଗୁଣ୍ଡୁଣୀ ମେଳା କଟକଣା ସହ ଆରମ୍ଭ ହୋଇଯାଇଛି। ଏହା ତିନିଦିନ ଧରି ଚାଲିବ । ବହୁ କିମ୍ବଦନ୍ତୀ ସମ୍ବଳିତ ତଥା ଇତିହାସ ଓ ଲୋକକଥା ବହନ କରିଥିବା ଏହି ମେଳାରେ ଭକ୍ତଙ୍କ ସମାଗମ ହୋଇଛି।

ଶୀତର ପ୍ରକୋପ ଦୂର ହୋଇ ଆସୁଥିବା ବେଳେ ଆଉ ବସନ୍ତର ଆଗମନ ହେଉଥିବା ବେଳେ ଗୁଣ୍ଡୁଣୀ ଯାତ୍ରା ପାଳନ ହୋଇଥାଏ । ଗୁଣ୍ଡୁଣୀ ଯାତ୍ରାରେ ପ୍ରଭୁ ବିରଞ୍ଚି ନାରାୟଣ ବଡସିଂହାର ବେଶରେ ବିଭୂଷିତ ହୋଇଥାନ୍ତି । ବିଭିନ୍ନ ସ୍ଥାନରୁ ଭକ୍ତମାନେ ଆସି ଏଠାରେ ମାନସିକ ରଖିଥିବା ଫୁଲ ଛତା ଅର୍ପଣ କରିଥାନ୍ତି ।

ବିରଞ୍ଚି ନାରାୟଣ ମନ୍ଦିରକୁ ଦ୍ୱିତୀୟ କୋଣାର୍କ ମନ୍ଦିର ଭାବେ ମଧ୍ୟ ବିବେଚନା କରାଯାଏ। ଏହାକୁ ସୂର୍ଯ୍ୟ ଉପାସନା କ୍ଷେତ୍ର ବୋଲି ଚିହ୍ନତ କରିଥାଆନ୍ତି । ଏହାର ବେଢାର  ଲମ୍ବ ୨୪୦  ଫୁଟ ହୋଇଥିବା ବେଳେ ପାଚେରୀ ଉଚ୍ଚତା ୮ ଫୁଟ ଓସାର ୫ ଫୁଟ ।  ମନ୍ଦିରର ଚାରିପାଖରେ ୧୬ଟି ଚକ ଲାଗିଛି । ଏହା ଏକଦା କଳାପାହାଡରେ ଆକ୍ରମଣର ମଧ୍ୟ ଶିକାର ହୋଇଥିଲା ।

ପାଳିଆ ଗ୍ରାମର ଏତିହାସିକ ବିରଞ୍ଚିନାରାୟଣ ପୀଠ ଯେଉଁଠି ସୂର୍ଯ୍ୟ ପୂଜା ପାଇଥାନ୍ତି । ଚତୁର୍ମୁଖୀ  ବ୍ରହ୍ମା ମନ୍ଦିର ଭାବେ ପରିଚତ ପୌରାଣିକ ଓ  ଐତିହାସିକ ଭାବେ ଗୁରୁତ୍ୱ ବହନ କରୁଛି । ଅଗ୍ନିଉତ୍ସବ ବା  ଅଘିର ପୂର୍ଣ୍ଣମୀ ଠାରୁ ଏହି ପର୍ବ ପାଳନ କରାଯାଏ । କୁହାଯାଏ ଏହି ସ୍ଥାନରେ ଏକ ପ୍ରାଚୀନ ମନ୍ଦିର ଥିଲା ଯାହାର ନାମ ଗୁଣ୍ଡୁଣି ବର୍ଣ୍ଣିତ ରହିଛି । ଯାହା କାଳକ୍ରମେ  ଗୁଣ୍ଡୁଣୀ ଯାତ୍ରାଭାବେ ପାଳନ କରାଯାଉଛି ।

ପ୍ରସିଦ୍ଧ ଗୁଣ୍ଡୁଣୀ ମେଳାର ବିଶେଷତ୍ୱ ରହିଛି। ଏଠାରେ ଭକ୍ତ ମାନେ ଫୁଲଛତା  ମାନସିକ  କରି କୃଷ୍ଠ ରୋଗ ଓ ଫୁଲ  ଛଉପରି ରୋଗରୁ ମୁକ୍ତ ହୋଇଥାଆନ୍ତି । ଏହି ଯାତ୍ରାରେ  ଓଡିଶାର ବିଭିନ୍ନ  ସ୍ଥାନରୁ ଭକ୍ତମାନେ ଆସି ମାନସିକ ରଖିଥିବା ଫୁଲ ଛତା  ସମର୍ପଣ କରିଥାଆନ୍ତି । ପୂରାଣ କାହାଣୀ  ଅନୁସାରେ ଦ୍ୱାପର ଯୁଗରେ  ଶ୍ରୀକୃଷ୍ଣ ପୁତ୍ର ଶାମ୍ବ କୁଷ୍ଠ ରୋଗରୁ ମୁକ୍ତି  ପାଇାବକୁ ଆସି  ପୂର୍ବରୁ ଥିବା  ଏଠାରେ ଥିବା ସମୂଦ୍ର  କୂଳରେ ସୂର୍ଯ୍ୟ ଉପାସନା ଆରୋଗ୍ୟ ହୋଇଥିଲେ । ତେଣୁ ଏହି ମେଳାରେ ଶ୍ରଦ୍ଧାଳୁ ଫୁଲଛତା ମାନସିକ କଲେ ତାଙ୍କର ସମସ୍ତ ଚର୍ମରୋଗରୁ ଉପଶମ ମିଳିଥାଏ ।

 

ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ପାଳିତ ହୋଇଛି ଏହି ମେଳା । ପୂର୍ବ ଭଳି ଭିଡ ନାହିଁ ସତ ହେଲେ ମଧ୍ୟ ଏଠାରେ ଲୋକଙ୍କ ଭିଡ ଜମିଛି । ଏହାକୁ ଲୋକେ ମାନେ ଆସି ନିଜର ମନସ୍କାମନା ଛତା ଦେବା ସହ ମେଳା ବୁଲି ଯାଉଛନ୍ତି । ତେବେ ରକ୍ଷଣବେକ୍ଷଣା ଅଭାବରୁ ଏହି ପ୍ରାଚୀନ ଅର୍କକ୍ଷେତ୍ରଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ।  ପ୍ରାଚୀନ ମନ୍ଦିରର ଭୌଗଳିକ ଓ ପ୍ରାଚୀନତା ଉପରେ ଯଦି ପ୍ରତ୍ନତତ୍ତ୍ୱ ବିଭାଗ ଗବେଷଣା କରନ୍ତି, ତେବେ ଇତିହାସରୁ ବାଦ ପଡୁଥିବା ଏହି ଅର୍କକ୍ଷେତ୍ରର ବହୁ ପୃଷ୍ଠାଟି ଉନ୍ମୋଚନ ହୋଇପାରନ୍ତା ।

Other Stories