ଧକ୍କା ଦେଇ ଖସିଯାଉଥିବା‌ ଡ୍ରାଇଭର ଉପରେ ଚଢିଗଲା କାର୍‌

ଯାଜପୁର: ପ୍ରଥମେ ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ। ପରେ ଖସିଯାଉଥିବା ଟ୍ରକ୍‌ ଡ୍ରାଇଭର ଉପରେ ଚଢିଗଲା କାର। ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ପାଣିକୋଇଲି ଥାନା ଅନ୍ତର୍ଗତ ଶ୍ରୀହରୀ କଟେଜ ସମ୍ମୁଖରେ।

ସୂଚନା ଅନୁସାରେ ପ୍ରଥମେ ଏକ ଟ୍ରକ ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। ପରେ ଟ୍ରକର ଚାଳକ ଦୌଡି ପଳାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା କାର ଧକ୍କାରେ ଟ୍ରକ ଚାଳକଙ୍କ ମଧ୍ୟ ମୃତ୍ୟୁ ହୋଇଛି।

ମୃତ ବାଇକ ଆରୋହୀ ସମୀର ଜେନା ବୋଲି ଜଣାପଡ଼ିଛି। ମୃତ ଟ୍ରକ ଚାଳକଙ୍କ ପରିଚୟ ମିଳିପାରିନାହିଁ। ପାଣିକୋଇଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ଘଟଣାର ଅନୁସନ୍ଧାନ ଜାରି ରଖିଛି।

You might also like