ରାତିରେ କର୍ଫ୍ୟୁ ଲାଗିଛି; ପୁଲିସ ଆଖିରେ ଧୂଳି ଦେଇ ଲୁଟେରା କିନ୍ତୁ ବାଇକ୍ ଚୋରି କରୁଛି

ଭୁବନେଶ୍ୱର: ରାଜଧାନୀରେ ବାଇକ୍ ଲୁଟେରାଙ୍କ ଦୌରାତ୍ମ୍ୟ। ରାତି ଅଧରେ ଗେଟ୍ ଭାଙ୍ଗି ନେଇଗଲେ ବାଇକ୍। ଭୁବନେଶ୍ୱର ପାତ୍ରପଡ଼ାର ଉଦୟଗିରି ବିହାରରେ ଏହି ଘଟଣା ଘଟିଛି।

ଚୋରଟି କିଭଳି ବାଇକ୍ ନେଇ ଛୁ ମାରୁଛି ତା ପୂରା ଦୃଶ୍ୟ ସିସିଟିଭରେ କଏଦ ହୋଇଛି। ୨ଜଣ ଚୋର ପାଚେରି ଡେଇଁ କ୍ୟାମ୍ପସ୍‌ରେ ପଶି ଗେଟ୍ ଭାଙ୍ଗିଥିଲେ। ଏହାପରେ ବାଇକ୍‌ଟିକୁ ନେଇ ପଳାଇଥିଲେ।

ସବୁଠୁ ବଡ଼ କଥା ହେଉଛି, ଏବେ ରାତ୍ରିକାଳୀନ କର୍ଫ୍ୟୁ ଚାଲିଛି। ରାଜଧାନୀର ବିଭିନ୍ନ ସ୍ଥାନରେ ପଇଁତରା ମାରୁଛି ପୋଲିସ। ଏହାସତ୍ତ୍ୱେ ବାଇକ୍ ଲୁଟେରାଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳୁଛି। ଚୋରି ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି। ତେବେ ଏପର୍ଯ୍ୟନ୍ତ ପୋଲିସ ବାଇକ୍ ଲୁଟେରାଙ୍କ ଟେର ପାଉନି।

You might also like