ଗ୍ରୀଲ୍ ଭାଙ୍ଗି ଗାଡ଼ି ଲୁଟ୍ କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ

ସିସିଟିଭିରୁ ଧରାପଡିଲା ଲୁଟେରା

ଭୁବନେଶ୍ୱର :  ସିସିଟିଭିରୁ ଧରାପଡିଲା ଲୁଟେରା। ଗ୍ରୀଲ୍ ଭାଙ୍ଗି ଗାଡ଼ି ଲୁଟ୍ କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ। ଦୁଇ ଜଣ ଅଭିଯୁକ୍ତ ଗିରଫ ସହ ୮ଟି ବାଇକ୍‌  ଜବତ ହୋଇଛି।

ତେବେ ଗ୍ରୀଲ ଭିତରେ ଗାଡ଼ି ରଖିବା ସତ୍ତ୍ୱେ ଏହା ଯେ ସୁରକ୍ଷିତ ନୁହେଁ, ଏହି ଭିଡିଓରୁ ସ୍ପଷ୍ଟହୋଇଛି। ଖଣ୍ଡଗିରି କଳିଙ୍ଗନଗର ଭିତରୁ ଚୋରି ହୋଇଥିବା ଏକ ସିସିଟିଭ ଫୁଟେଜରେ କଏଦ୍‌ ହୋଇଛି। ଗ୍ରୀଲ ଭାଙ୍ଗି ଭିତରେ ପଶିଲେ ଦୁର୍ବୃତ୍ତ, ଏହା ଭିତରେ ଥିବା ଗାଡିର ଲକ୍‌ ଭାଙ୍ଗି ଗାଡ଼ିକୁ ଟେକିଟେକି ନେଇ  ଫେରାର ହୋଇଗଲେ।

ଖଣ୍ଡଗିରି ଓ ତାର ଆଖପାଖ  ଅଞ୍ଚଳରୁ ଚୋରି କରି ଆତଙ୍କ ଖେଳାଇଥିବା ଏହି ଗ୍ୟାଙ୍ଗ ଶେଷରେ ପୁଲିସ ହାତରେ ଧରାପଡିଛି।

You might also like