ବଜାରକୁ ବାଇକ୍‌ ଓ କାର୍‌ ନେବା ମନା

ଭୁବନେଶ୍ୱର: ଏଣିକି ବଜାରକୁ କାର୍‌ ଓ ବାଇକ୍‌ ନେବା ମନା। ବଜାରକୁ ଗଲେ ସାଇକେଲ କିମ୍ବା ଚାଲିକରି ଯିବେ ବୋଲି କୋଭିଡ୍-୧୯ ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ। ଏହି ନିୟମ ଆଗରୁ ହୋଇଥିଲେ ବି କାଲିଠୁ ଆହୁରି କଡ଼ାକଡ଼ି କରାଯିବ।

ଲକ୍‌ଡାଉନ୍ ପିରିୟଡ୍‌ରେ ହୋଲସେଲ ମାର୍କେଟକୁ ଯାଇପାରିବେନି। ସାଧାରଣ ଲୋକେ ସଉଦା ପାଇଁ ବଜାରକୁ ଗଲେ ବାଇକ୍ ଓ କାରକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।

ଯଦି କେହି ବ୍ୟକ୍ତି ଗ୍ରୋସରି କିମ୍ବା ପରିବା କିଣିବାକୁ ଯାଆନ୍ତି, ସେମାନେ ଘର ପାଖ ବଜାରକୁ ଚାଲି କରି କିମ୍ବା ସାଇକେଲରେ ଯିବାକୁ ନିବେଦନ କରିଛନ୍ତି ସୁବ୍ରତ ବାଗ୍‌ଚୀ। କଣ୍ଟେନମେଣ୍ଟ ଜୋନ୍‌ରେ ଘରୁ ବାହାରିବା ସଂପୂର୍ଣ୍ଣ ମନା କରାଯାଇଛି।

You might also like