ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇବ ବାଇକ୍‌ ଆମ୍ବୁଲାନ୍ସ

କୋରାପୁଟ: କୋରାପୁଟ ଜିଲ୍ଲାରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟରେ  ଯୋଡ଼ି ହେବାକୁ ଯାଉଛି ଏକ ନୂଆ ଫର୍ଦ୍ଦ। ଲୋକଙ୍କ ନିକଟରେ ତ୍ୱରିତ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲକ୍ଷ୍ୟରେ ପାଇଁ କେନ୍ଦ୍ର ସରକାରଙ୍କ ସହାୟତାରେ କୋରାପୁଟ ଜିଲ୍ଲା ପାଇଁ ୮ଟି ବାଇକ୍ ଆମ୍ବୁଲାନ୍ସ ଆସି ପହଞ୍ଚିଛି।

ଆମ୍ବୁଲାନ୍ସ ସେବାକୁ ଆହୁରି ସୁଗମ ଓ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଆର୍ଥିକ ଅନୁଦାନରେ ଏହି ବାଇକ୍‌ ଆମ୍ବୁଲାନ୍ସ ଆସିଛି। ଏହାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ରଖାଯାଇଛି।

କୋରାପୁଟ ଜିଲ୍ଲାରେ ବହୁ ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳ ଥିବାବେଳେ ଅନେକ ସ୍ଥାନରେ ଆମ୍ବୁଲାନ୍ସ ସେବା ପହଞ୍ଚି ପାରୁନାହିଁ। ଫଳରେ ରୋଗୀଙ୍କୁ ଅନେକ ସମୟରେ ଖଟିଆ, ଭାର ଓ ବୋହି ବୋହି ଆଣିବା ନେଇ ଅଭିଯୋଗ ହୋଇ ଆସୁଛି। ଏଭଳି ସମୟରେ ଯେଉଁ ସବୁ ସ୍ଥାନକୁ ଚାରିଚକିଆ ଆମ୍ବୁଲାନ୍ସ ପହଞ୍ଚିପାରୁନି ସେଠାରେ ସେବା ଯୋଗାଇବ ଏହି ବାଇକ୍‌ ଅମ୍ବୁଲାନ୍ସ।

You might also like