କେନ୍ଦ୍ରର ଅବହେଳାକୁ ନେଇ ବିଜେଡି ଛାତ୍ର ଓ ଯୁବ ଜନତା ଦଳର ପ୍ରତିବାଦ

ବିଜେଡି ଛାତ୍ର ଓ ଯୁବ ଜନତା ଦଳର ସମୂହ ଦସ୍ତଖତ ଅଭିଯାନ ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳାକୁ ନେଇ ବିଜେଡି ଛାତ୍ର ଓ ଯୁବ ଜନତା ଦଳ ପ୍ରତିବାଦ କରିଛି।

ଏହାକୁ ନେଇ ଦଳ ଭୁବନେଶ୍ୱରରେ ଏକ ସମୂହ ଦସ୍ତଖତ ଅଭିଯାନ ଆରମ୍ଭ କରିଛି। ଏହି ଦସ୍ତଖତ ଅଭିଯାନ ଆସନ୍ତା ୧ ମାସ ଧରି ଚାଲିବ। ପ୍ରତ୍ୟେକ ଜିଲ୍ଲାରେ ଏହି ଦସ୍ତଖତ ଅଭିଯାନ ଆୟୋଜନ କରାଯିବ। ୧୦ ଲକ୍ଷ ସଂଗୃହୀତ ଦସ୍ତଖତକୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପଠାଇବାକୁ ବିଜୁ ଛାତ୍ର ଓ ବିଜୁ ଜନତା ଦଳର କାର୍ଯ୍ୟକ୍ରମ ରହିଛି।

ପୂର୍ବରୁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରାଳୟ ପକ୍ଷରୁ ୯୦ ପ୍ରତିଶତ ଛାତ୍ରବୃତ୍ତି ପ୍ରଦାନ କରାଯାଉଥିଲା। ଏହି ଅର୍ଥ ବାବଦକୁ କେନ୍ଦ୍ର ୨୧୫. ୮୦ କୋଟି ଦେଉଥିବାବେଳେ ଏହାକୁ ଏବେ ୨୨. ୪୮ କୋଟି ଟଙ୍କାକୁ ହ୍ରାସ କରାଯାଇଛି।

ଏହା ଫଳରେ ରାଜ୍ୟ ସରକାରଙ୍କୁ ଛାତ୍ରବୃତ୍ତି ବାବଦକୁ ୮୦ ପ୍ରତିଶତରୁ ଅଧିକ ଆର୍ଥିକ ବୋଝ ସହିବାକୁ ପଡ଼ିବ। ସମଗ୍ର ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରତି ଏହା ଘୋର ଅନ୍ୟାୟ ବୋଲି ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତା ଦାବି କରିଛନ୍ତି।

You might also like