ବିଜୁ ପକ୍କା ଘର ନିର୍ମାଣ ବିଜ୍ଞାପନକୁ ନେଇ ଅାପତ୍ତି

ଭୁବନେଶ୍ୱର : ସରକାରଙ୍କ ବିଜୁ ପକ୍କାଘରର ସଂଖ୍ୟାକୁ ନେଇ ବଢୁଛି ବିବାଦ। ଗତ ୪ ବର୍ଷରେ ସରକାର ୧୭ ଲକ୍ଷ ବିଜୁ ପକ୍କା ଘର ନିର୍ମାଣ କରିଥିବା ଦାବି କରି ଦେଇଥିବା ବିଜ୍ଞାପନ ଉପରେ ଅାପତ୍ତି ଉଠାଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଚିଠି ଲେଖିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟ ପଞ୍ଚାୟତରାଜ ବିଭାଗର ୱେବ୍‌ସାଇଟରେ ଥିବା ତଥ୍ୟ ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଦେଇଥିବା ତଥ୍ୟକୁ ଯୋଡ଼ି ବିଜୁ ପକ୍କା ଘରର ବାସ୍ତବତା ପରଖିବା ପାଇଁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ।

ସରକାରଙ୍କ ୱେବ୍‌ସାଇଟ କହୁଛି ୪ ବର୍ଷରେ ନିର୍ମାଣ ହୋଇଛି ୨ ଲକ୍ଷ ୮୦ ହଜାର ବିଜୁ ପକ୍କା ଘର। ସେହିପରି ୨୦୧୬ରେ ସରକାର ୧୦ ଲକ୍ଷ ବିଜୁ ପକ୍କାଘର ନିର୍ମାଣ କରିଛନ୍ତି ବୋଲି ଦାବି କରିଥିଲେ ମଧ୍ୟ ବିଧାନସଭାରେ ଏନେଇ ତଥ୍ୟ ସଂଗ୍ରହ ହେଉଛି କହି ଏଡାଇଯାଇଥିଲେ ବୋଲି ଧର୍ମେନ୍ଦ୍ର ଲେଖିଛନ୍ତି। ପ୍ରଧାନମନ୍ତ୍ରୀ ଅାବାସ ଯୋଜନାରେ ହେଉଥିବା ଘର ଉପରେ ବିଜୁ ପକ୍କାଘରର ଲୋଗୋ ଲଗାଇବା ପାଇଁ ହିତାଧିକାରୀଙ୍କୁ ବାଧ୍ୟ କରାଯାଉଛି ବୋଲି ମଧ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି ଧର୍ମେନ୍ଦ୍ର।

ପୂର୍ବରୁ କେନ୍ଦ୍ରର ଟଙ୍କିକିଅା ଚାଉଳ, ୧୦୮ ଅାମ୍ବୁଲାନସକୁ ରାଜ୍ୟ ନିଜ ନାଁରେ କରିଥିବା ବେଳେ ଅାୟୁଷ୍ମାନ ଭାରତ ଯୋଜନାରୁ ନଜର ହଟାଇବା ପାଇଁ  ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅାରମ୍ଭ କରୁଛି ବୋଲି ଚିଠିରେ ଲେଖାଯାଇଛି। ତେଣୁ କେଉଁ ଯୋଜନାରେ କେତେ ଘର ତିଅାରି ହୋଇଛି ତାର ତଦନ୍ତ ପାଇଁ ଏକ ଉଚ୍ଚ ସ୍ତରୀୟ ଟିମ୍‌ ପଠାଇବାକୁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ଲେଖିଛନ୍ତି ଧର୍ମେନ୍ଦ୍ର।

ଆହୁରି ପଢ଼ନ୍ତୁ

ପୋଲିସ ପଞ୍ଝାରେ କଫ୍ ସିରପ୍ ମାଫିଆ ଜଗା, ୧୮ ଶହ ବୋତଲ ଜବତ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

You might also like