ଦୁର୍ଦ୍ଦିନରେ ବିଜୁବାବୁଙ୍କ ସାରଥି ; ଆଜି ଅଲୋଡ଼ା, ଅଖୋଜା

ବୌଦ୍ଧ( ଭାର୍ଜନ କୁମାର ପ୍ରଧାନ) : ସେ ଥିଲେ କଳିଙ୍ଗ ପୁତ୍ର ବିଜୁ ବାବୁଙ୍କ ସାରଥୀ। ଏବେ କିନ୍ତୁ ବୟସ କଟୁଛି ଦୁର୍ଦ୍ଦିନରେ। ଏକଦା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଡ୍ରାଇଭରରୁ ବିଧାୟକ ସାଜି ଦୁଃସାହସିକ କାର୍ଯ୍ୟ ଏବଂ ଉନ୍ନତ ଚିନ୍ତାଧାରା ପାଇଁ ସେ ପାଲଟିଯାଇଥିଲେ ଅନ୍ୟତମ ହିରୋ। କିମ୍ବଦନ୍ତୀ ପୁରୁଷ ବିଜୁ ବାବୁଙ୍କ ସେଦିନର ସାରଥୀ ସତେ ଯେମିତି ଆଜି ଅଲୋଡ଼ା, ଅଖୋଜା ହୋଇଯାଇଛନ୍ତି କେଉଁ ଏକ ଅପହଞ୍ଚ ଇଲାକାରେ।

ବୟସର ଅପରାହ୍ନରେ ପୂର୍ବତନ ବିଧାୟକ ପ୍ରହଲ୍ଲାଦ ବେହେରା। ଗୋଡ଼ ହାତ ଅଚଳ ହୋଇଗଲାଣି। ଯେଉଁ ପାଟି ଦିନେ ପ୍ରଭାବୀ ଭାଷଣ ଦେଇ ବିଜୁ ବାବୁଙ୍କୁ ବିମୋହିତ କରିଥିଲା, ସେହି ପାଟିରୁ ଭଲ କରି ଦି ପଦ କଥା ବାହାରୁନି। ଅତୀତର ସେହି ସୁବର୍ଣ୍ଣ ମୁହୁର୍ତ୍ତ ସବୁ ବି ତାଙ୍କର ଆଉ ମନେପଡୁନି।

ଝାପ୍‌ସା ଝାପ୍‌ସା ସବୁକିଛି। ସମ୍ପତ୍ତି କହିଲେ କେବଳ ଏକମାତ୍ର ପୁଅ। ଆବାସ କହିଲେ କେବଳ ଏହି ପଲିଥିନ୍ ଢଙ୍କା ଚାଳଛପର ଘର। ଦୀର୍ଘ ବର୍ଷ ହେଲାଣି, ଏହି ଭଙ୍ଗାଦଦରା ଘର ଭିତରେ କଟୁଛି ୮୩ ବର୍ଷ ବୟସ୍କ ପ୍ରହଲ୍ଲାଦଙ୍କ ବଳକା ଜୀବନ। ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ନଥିବାରୁ ପୁଅ ବି ନାଚାର୍। ଏଭଳି ସ୍ଥିତିରେ ଆଡ ଆଖିରେ ବି ଚାହୁନାହାଁନ୍ତି ସରକାର କି ପ୍ରଶାସନ। କେବଳ ଯାହା ମାସକୁ ୧୫ ହଜାର ପେନସନ୍ ଛଡ଼ା ଆଉ କୌଣସି ସମ୍ବଳ ନାହିଁ ତାଙ୍କ ପାଖରେ।

ଏକଦା ଡ୍ରାଇଭିଂ କରି ନିଜର ପେଟ ପୋଷୁଥିଲେ ପ୍ରହଲ୍ଲାଦ ବେହେରା। ଖବରକାଗଜ ପଢ଼ି ଦେଶବିଦେଶର ଖବର ଆହରଣ କରୁଥିଲେ ସେ ।  ବିଭିନ୍ନ ସମୟରେ ଦୁଃସାହସିକ କାର୍ଯ୍ୟ ଏବଂ ଉନ୍ନତ ଚିନ୍ତାଧାରା ପାଇଁ ଚର୍ଚ୍ଚାରେ ବି ଥିଲେ ପ୍ରହଲ୍ଲାଦ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କୁ ଦିନେ ଆମ୍ବାସଡର କାର୍‌ରେ ବସାଇ ପୁରୀ ନେଇଥିଲେ। ଘଟଣାକ୍ରମରେ ଏହି ପ୍ରତିଭାଧାରୀ ପ୍ରହଲ୍ଲାଦଙ୍କ ଉପରେ ନଜର ପଡିଲା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର। ତାପରେ ବିଜୁ ବାବୁ ତାଙ୍କୁ ପ୍ରଥମେ ନିଜର ଡ୍ରାଇଭର ଭାବେ ନିଯୁକ୍ତ କରିଥିଲେ ।  ତାହାରି ଭିତରେ ଅତି ଘନିଷ୍ଠ ହୋଇଯାଇଥିଲେ ବିଜୁ ବାବୁଙ୍କର।

ବିଜୁଙ୍କ ଏକ ସଭାରେ ପ୍ରହଲ୍ଲାଦ ସୁଯୋଗ ପାଇଥିଲେ ଭାଷଣ ଦେବାକୁ ।  ଆଉ ସେଦିନର ସେହି ଚମତ୍କାରୀ ଭାଷଣରେ ପ୍ରଭାବିତ ହୋଇ ପ୍ରହଲ୍ଲାଦଙ୍କୁ ପ୍ରତ୍ୟକ୍ଷ ରାଜନୀତିରେ ସାମିଲ କରିଥିଲେ ବିଜୁ ବାବୁ। ୧୯୭୭ରେ ଜନତା ପାର୍ଟି ଟିକେଟରେ ନିର୍ବାଚନ ଲଢ଼ି ଫୁଲବାଣୀ ଆସନରେ ବିଜୟ ଲାଭ କରିଥିଲେ ପ୍ରହଲ୍ଲାଦ।

ଆଜି ବିଜୁ ବାବୁ ନାହାଁନ୍ତି କି ପ୍ରହଲ୍ଲାଦଙ୍କ ଶକ୍ତି କି ସାମର୍ଥ୍ୟ ବି ନାହିଁ । ତାଙ୍କ ଦୁର୍ଦ୍ଦଶାର ଚିତ୍ର ଦେଖିଲେ ଲାଗୁଛି ସତେ ଯେମିତି ପ୍ରହଲ୍ଲାଦ ରହିଯାଇଛନ୍ତି କେଉଁ ଏକ ଅପହଞ୍ଚ ଓ ଅଜଣା ରାଇଜରେ ।

ଆହୁରି ପଢ଼ନ୍ତୁ

ନୋବୋଲ୍ ଶାନ୍ତି ପୁରସ୍କାର ସହ ରହିଛି ଓଡ଼ିଶାର ସମ୍ପର୍କ

୯ମାସର ଗର୍ଭବତୀ ୫ମିନିଟ୍‌ରେ ଦୌଡିଲେ ୧.୬କିମି, ଭିଡିଓ ଭାଇରାଲ୍‌

‘ବାପାଙ୍କ ସ୍ୱପ୍ନ ପ୍ରେରଣା ଯୋଗାଇଛି’

କରୋନା ପାଇଁ କ୍ରିକେଟର ସାଜିଲେ କୁଲି

ମୁହଁରେ ପ୍ଲାଷ୍ଟିକ୍‌‌ ମାସ୍କ ଲଗାଇ ରାସ୍ତାରେ ବୁଲିଲେ ଲୋକ, ଭିଡିଓ ଭାଇରାଲ୍‌

NEET Result: ସୋଏବଙ୍କ ପରି ଇଏ ବି ରଖିଛନ୍ତି ଶତପ୍ରତିଶତ ମାର୍କ

ରୋଗୀ ସେବାରେ ବ୍ରତୀ ରାଜ୍ୟପାଳ

ପୁରୁଣା ଇଂଜିନ୍‌ ବ୍ୟବହାର କରି ୪ ଚକିଆ ଗାଡି ତିଆରି କଲେ ଇଂଜିନିୟରିଂ ଛାତ୍ର

ଆଦିବାସୀ ପିଲାଙ୍କୁ ପଢାଇବାର ନିଆରା ପ୍ରୟାସ: ନିଜ ଖର୍ଚ୍ଚରେ ସ୍କୁଲ୍‌ କାନ୍ଥରେ ଚିତ୍ର କଲେ ଶିକ୍ଷକ

ସ୍କୁଟି ଉପରେ ଖାଇବା ଦୋକାନ: ଟଙ୍କା ନଥିଲେ ମାଗଣା ଖାଇପାରିବେ ଗ୍ରାହକ

ଅଳିଆ ଗଦାରେ ଭେଟ: ଭୋକିଲା ଦେଖି ୩୦୦କୁକୁରକୁ ଘରକୁ ନେଇଆସିଛନ୍ତି ମହିଳା

୫ବର୍ଷ ବୟସରେ ବିବାହ କରିଥିଲେ ବାବା: କହିଲେ, ସ୍ତ୍ରୀର ପ୍ରେମ ଦିଏ ଲଢିବାକୁ ସାହାସ

You might also like