ରାମାନନ୍ଦ ସାଗର ଓ ତାଙ୍କ ପୁରା ପରିବାରକୁ ଦିନେ ବଞ୍ଚାଇଥିଲେ ବିଜୁ ବାବୁ

ଭୁବନେଶ୍ୱର: ଓଡ଼ିଶା ରାଜନୀତିର ଦିଗ୍ଗଜ ନେତା ବିଜୁ ପଟ୍ଟନାୟକ ଆଉ ଭାରତୀୟ ସିନେ ଶିଳ୍ପ ତଥା ସିରିଏଲ ଜଗତର ଜଶସ୍ୱୀ ନାୟକ। ରାମାନନ୍ଦ ସାଗର ଜଣେ ରାଜନୀତି ଓ ଅନ୍ୟଜଣେ କଳା ସଂସ୍କୃତି କ୍ଷେତ୍ରରେ ବିଶ୍ୱରେ ବିିବିତ। ଦେଶର ଏ ଦୁଇ ମହାନ ବରପୁତ୍ରଙ୍କ ମଧ୍ୟରେ କିଛି ମୂହୁର୍ତ୍ତ ଏଭଳି ସମ୍ପର୍କ ସୃଷ୍ଟି ହୋଇଥିଲା ଯାହା ଆମ ସମସ୍ତଙ୍କ ପାଇଁ ଅଜଣା, ଅକୁହା। କଳିଙ୍ଗ ବୀର ବିଜୁ ପଟ୍ଟନାୟକଙ୍କ ବୀରତ୍ୱର ଗାଥା ଯେ ରାମାନନ୍ଦ ସାଗାରଙ୍କ ଜୀବନରେ ଅଭୁଲା ଓ ଅବିସ୍ମରଣୀୟ, ସେ ସମ୍ପର୍କିତ ଏମିତି କିଛି ରୋଚକ ତଥ୍ୟ ସାମ୍ନାକୁ ଆସିଛି।

ପ୍ରସିଦ୍ଧ ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ଓ କାହାଣୀକାର ରାମାନନ୍ଦ ସାଗରଙ୍କ ପୁଅ ପ୍ରେମ୍ ସାଗର ତାଙ୍କ ଲିଖିତ ଆନ୍ ଏପିକ୍ ଲାଇଫ୍ ରାମାନନ୍ଦ ସାଗର ଫ୍ରମ୍ ବର୍ଷାତ୍ ଟୁ ରାମାୟଣ ପୁସ୍ତକରେ ବିଜୁଙ୍କ ବୀରତ୍ୱ ଓ ସାହାସିକତାର ଏକ ଅନାଲୋଚିତ ଦିଗକୁ ଉନ୍ମୋଚନ କରଛନ୍ତି, ଯାହାକୁ ନିକଟରେ ପଢ଼ିବା ପରେ ସେ ସର୍ବସମ୍ମୁଖକୁ ଆଣିଛନ୍ତି ବରିଷ୍ଠ ସାମ୍ବାଦିକ ସମ୍ବିତ ମହାପାତ୍ର।

ରାମାନନ୍ଦ ଜୀବନ ଉପରେ ଆଧାରିତ ଏ ପୁସ୍ତକର ଦ୍ୱିତୀୟ ପରିଚ୍ଛଦରେ ଏସ୍କେପ୍ ଫ୍ରମ୍ ଶ୍ରୀନଗର ଶୀର୍ଷକ ବିଷୟବସ୍ତୁରେ ବିସ୍ତୃତ ଭାବେ ବର୍ଣ୍ଣନା ହୋଇଛି ବିଜୁବାବୁଙ୍କ ବୀରତ୍ୱ ଓ ତାଙ୍କ ପୁରୁଣା ଡାକୋଟା ବିମାନର ହିରୋଗିରି କଥା। ୧୯୪୭ ମସିହା ଅକ୍ଟୋବର ୨୭ ତାରିଖରେ ଯେତେବେଳେ ପାକିସ୍ତାନୀ ସେନା ପ୍ରୋତ୍ସାହନରେ କାଶ୍ମୀରରେ ଜେହାଦୀ ଆକ୍ରମଣକାରି ଶ୍ରୀନଗର ଆଡ଼କରୁ ମାଡ଼ି ଚାଲିଥିଲେ। ଚାଲିଥିଲା, ସେ ସମୟରେ ଜୀବନ ବଞ୍ଚାଇବା ଆଶାରେ ପୁରା ୧୩ ଜଣିଆ ପରିବାର ଓ ଆତ୍ମୀୟଙ୍କ ସହ ଶ୍ରୀନଗର ବିମାନ ବନ୍ଦର ଚାଲି ଆସିଥିଲେ ରାମାନନ୍ଦ। ସାଙ୍ଗରେ ଥିଲା ଏକ ଟ୍ରଙ୍କ୍। ଏପଟେ ପରିବହନ ବିମାନ ଡାକୋଟା ଡିସି-ଥ୍ରୀ ବିମାନରେ ଲୋକଙ୍କୁ ଉଦ୍ଧାର କରୁଥିଲେ ଦକ୍ଷ ପାଇଲଟ୍ ବିଜୁ ବାବୁ।

ବିମାନର ସାମରିକ କର୍ମଚାରୀ କହୁଥିଲେ କେବଳ ନିଜେ ଆସନ୍ତୁ, କୌଣସି ସାମଗ୍ରୀ ଆଣନ୍ତୁନି, ବିମାନ ଓଜନିଆ ହୋଇଯିବ। ଲୋକେ ଜୀବନ ବଞ୍ଚାଇବାକୁ ବିକଳ ହେଉଥିବା ବେଳେ ରାମାନନ୍ଦ ଏକ ଟ୍ରଙ୍କ ସାଙ୍ଗରେ ଆଣିଥିବାରୁ ବିଜୁବାବୁ ଚିହିଙ୍କି ଉଠିଥିଲେ। ତେବେ ସେହି ଟ୍ରଙ୍କରେ ତାଙ୍କ ନଭେଲ୍ ଔର ଇନସାନ୍ ମର ଗୟାର କିଛି କାଗଜ ରହିଥିବା କହି କାନ୍ଦ କାନ୍ଦ ହୋଇ ବିଜୁବାବୁଙ୍କ ଜଣାଇବା ପରେ ଐତିହାସିକ ରାମାନନ୍ଦଙ୍କୁ ଚିହ୍ନିବା ସହ ତାଙ୍କ ପାଦ ଛୁଇଁ ପ୍ରଣାମ କରିଥିବା ପୁସ୍ତକରେ ଉଲ୍ଲେଖ ରହିଛି।

ରାମାନନ୍ଦ ସାଗରଙ୍କ ପୁରା ପରିବାରକୁ ସୁରକ୍ଷିତ ଭାବେ ଦିଲ୍ଲୀରେ ପହଞ୍ଚାଇ ଦେବା ପରେ ସେ ପାଇଥିଲେ ନୂଆ ଜୀବନ। ପରେ ସେ ପାଲଟି ଯାଇଥିଲେ ଭାରତୀୟ କଳା, ସଂସ୍କୃତି ଓ ସିନେ ଜଗତର ଦଣେ ଦୀପ୍ତିବନ୍ତ ନକ୍ଷତ୍ର। ପ୍ରେମ୍ ସାଗରଙ୍କ ଭାଷାରେ ଯଦି ସେଦିନ ବିଜୁ ବାବୁ ନଥାନ୍ତେ, ହୁଏତ ଆଜି ଲୋକେ ରାମାନନ୍ଦ କିମ୍ବା ତାଙ୍କ କାଳଜୟୀ କୃତି ସ୍ମରଣ କରିପାରିନଥାନ୍ତେ ପ୍ରତିଟି ଭାରତୀୟ।

ରିପୋର୍ଟ: ନିରଞ୍ଜନ ରେଡ୍ଡୀ

You might also like