• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର :  ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ହେବ ସଂପ୍ରସାରଣ। ନିର୍ମାଣ ହେବ ଅାଉ ଏକ ଟର୍ମିନାଲ୍। ତୃତୀୟ ଟର୍ମିନାଲ୍ ପାଇଁ ଅାରମ୍ଭ ହୋଇଛି ପ୍ରକ୍ରିୟା ଏନେଇ ଅାଜି ସଚିବାଳୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଅଧିକାରୀ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିସ୍ତୃତ ଅାଲୋଚନା ହୋଇଛି।

ନିଷ୍ପତ୍ତି ଅନୁଯାୟୀ ଅାସନ୍ତା ଜୁଲାଇ-ଅଗଷ୍ଟରୁ ଟି-ଥ୍ରୀ ନିର୍ମାଣ କାର୍ଯ୍ୟ ଅାରମ୍ଭ କରାଯାଇ ୩ ବର୍ଷ ମଧ୍ୟରେ ଶେଷ କରାଯିବ। ଏଥିପାଇଁ ଖର୍ଚ୍ଚ ହେବ ୯୩୦ କୋଟି ଟଙ୍କା। ଏହି ଟର୍ମିନାଲ୍ ନିର୍ମାଣ ହେଲେ ଭୁବନେଶ୍ୱର ଏୟାରପୋର୍ଟର ବାର୍ଷିକ ଯାତ୍ରୀ କ୍ଷମତା ୧ କୋଟି ୧୫ ଲକ୍ଷରେ ପହଞ୍ଚିପାରିବ। ଏବେ ଏହା ମାତ୍ର ୩୫ ଲକ୍ଷ ରହିଛି।

ସେପଟେ ଭୁବନେଶ୍ୱର ଉପକଣ୍ଠରେ ଦ୍ୱିତୀୟ ଏୟାରପୋର୍ଟ ନିର୍ମାଣ ପ୍ରସଙ୍ଗରେ ମଧ୍ୟ ଅାଜି ଅାଲୋଚନା ହୋଇଛି। ଏଥିପାଇଁ ଗଠିତ କମିଟି ଅାସନ୍ତା ଡିସେମ୍ବର ୧୦ ସୁଦ୍ଧା ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ପ୍ରଦାନ କରିବ।

ସେପଟେ ଝାରସୁଗୁଡା ଏୟାରପୋର୍ଟ ଲୋକାର୍ପିତ ହେବାର କିଛି ଦିନ ପରେ ଏଠାରୁ ଚଳାଚଳ କରୁଥିବା ଏୟାର ଓଡ଼ିଶା ବିମାନ ସେବା ବନ୍ଦ ରହିଛି। ଏହା ଭିତରେ ଏୟାର ଓଡ଼ିଶାର ଲାଇସେନ୍ସ ବାତିଲ ହେବାପରେ ଏଠାରୁ ପୁଣିଥରେ ବିମାନ ସେବା ଅାରମ୍ଭ କରିବାକୁ ବିଡିଂ ପ୍ରକ୍ରିୟା ଚାଲିଛି।

ଜାନୁୟାରୀ  ପ୍ରଥମ ସପ୍ତାହରେ ଟେଣ୍ଡର ଫାଇନାଲ କରାଯାଇ ଖୁବ୍‌ଶୀଘ୍ର ପୁଣି ବିମାନ ଚଳଚଳ କରିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଧିକାରୀ  ଅାଶା ରଖିଛନ୍ତି।

ଓଡିଶାରେ ଏୟାର କନେକ୍ଟିଭିଟି ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଉଛନ୍ତି। ତେଣୁ ରାଜ୍ୟରେ ଥିବା ଅନ୍ୟ ଛୋଟ ଛୋଟ ଏୟାରଷ୍ଟ୍ରିପ୍ ଉପରେ ମଧ୍ୟ ଅାଜିର ବୈଠକରେ ଅାଲୋଚନା ହୋଇଛି। ଜୟପୁର ଓ ଉତ୍‌କେଲା ଏୟାରଷ୍ଟ୍ରିପ୍‌କୁ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି କୁହଯାଇଛି।

Biju-patnaik-international-airport-poised-to-get-third-terminal
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories