ଲୋକଙ୍କୁ ମିଳୁନି ବିଜୁ ଗାଁ ଗାଡ଼ି ବସ୍ ସେବା

ଦୁଇ ବର୍ଷ ଧରି ଅଚଳ ହୋଇ ପଡ଼ିଛି ୨ଟି ବସ୍

ନୂଆପଡ଼ା : ଉଦ୍ଦେଶ୍ୟ ଥିଲା ଦୁଗର୍ମ ଅଞ୍ଚଳରେ ବସ୍ ଚଳାଇ ଲୋକଙ୍କୁ ଗମନାଗମନରେ ସୁବିଧା ଯୋଗାଇବା। ହେଲେ କିଛି ବର୍ଷ ପରେ ଲକ୍ଷ୍ୟରୁ ଯେପରି ଏହା ବିଚ୍ୟୁତ୍ ହେବାକୁ ବସିଲାଣି। ଏହି କଥା ହେଉଛି ନୂଆପଡ଼ା ଜିଲ୍ଲାରେ ଚାଲିଥିବା ବିଜୁ ଗାଁ ଗାଡ଼ି ଯୋଜନା ସମ୍ପର୍କରେ। ୨୦୧୬ରେ ଜିଲ୍ଲାରେ ଶୁଭାରମ୍ଭ ହୋଇଥିବା ଏହି ଯୋଜନାରେ ଥିଲା ୬ଟି ବସ୍। ହେଲେ ଏବେ ଏଥିରୁ ୨ଟି ଅଚଳ ହୋଇପଡ଼ିଛି।

ନୂଆପଡ଼ାରୁ ସୁନାବେଢ଼ା ଏବଂ ନୂଆପଡ଼ାରୁ ବୋଡେନ୍ ବ୍ଲକ ଯାଏ ଯାଉଥିବା ବସ୍ ଏବେ ଅଚଳ। କାହିଁକି ଏହି ରୁଟ୍‌ରେ ବସ୍ ଚାଲୁନି ତାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟଲୋକେ।

ଦୁର୍ଗମ, ମାଓପ୍ରବଣ ଅଞ୍ଚଳରୁ  ଜିଲ୍ଲା ସଦର ମହକୁମା, ଡାକ୍ତରଖାନା ଏବଂ ବ୍ଲକ କାର୍ଯ୍ୟାଳୟ ପ୍ରଭୃତି ଅଞ୍ଚଳକୁ ସଂଯୋଗ କରିବା ପାଇଁ ବିଜୁ ଗାଁ ଗାଡ଼ି ଯୋଜନା ଆରମ୍ଭ ହୋଇଥିଲା। ହେଲେ ଗତ ୨ ବର୍ଷ ଧରି ନୂଆପଡ଼ାରେ ୨ଟି ବସ୍ ଅଚଳ ହୋଇପଡ଼ିଛି। ହେଲେ ଏନେଇ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ପଚରା ଯିବାରୁ ସେ ଅଜବ ଯୁକ୍ତି ବାଢ଼ିଛନ୍ତି।

ରାସ୍ତା ଖରାପ ଥିବାରୁ ବସ୍‌ର ଟାୟାର ଖରାପ ହୋଇଛି। ତେଣୁ ବସ୍ ଚଳାଚଳରେ ବାଧା ଉପୁଜିଛି। ଶୀଘ୍ର ବସ୍‌ର ମରାମତି ପରେ ଏହି ବସ୍ ଦୁଇଟି ଚାଲିବ ବୋଲି ସେ କହିଛନ୍ତି।

ମରାମତି କେବେ ସରୁଛି ଆଉ ବନ୍ଦ ହୋଇଥିବା ଏହି ଦୁଇ ରୁଟ୍‌ରେ କେବେ ବିଜୁ ଗାଁ ଗାଡ଼ି ଚାଲୁଛି ,ତାକୁ ଅପେକ୍ଷା କରିଛନ୍ତି ଲୋକେ।

ଆହୁରି ପଢ଼ନ୍ତୁ

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୱାର୍ଣ୍ଣିଂ

ସ୍ୱାଭିମାନ ଅଞ୍ଚଳରେ ମୁଣ୍ଡ ଗଡ଼ାଇଲେ ମାଓବାଦୀ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

You might also like