ଭୁବନେଶ୍ୱର: ବରିଷ୍ଠ ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କ ପରଲୋକକୁ ନେଇ ବରିଷ୍ଠ ନେତା ବିଜୟ ମହାପାତ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି।
ବେଦ ପ୍ରକାଶଙ୍କ ମୃତ୍ୟୁକୁ ନେଇ ବହୁତ ଦୁଃଖିତ ଏବଂ ମର୍ମାହତ ବୋଲି ପାଟକୁରାରୁ ବିଜେପି ପ୍ରାର୍ଥୀ ହୋଇଥିବା ବିଜୟ କହିଛନ୍ତି।
ସେ କହିଛନ୍ତି, ବେଦ ପ୍ରକାଶଙ୍କ ପ୍ରତି ନ୍ୟାୟ କରାଯାଇନି। ପାଟକୁରାରୁ ବିଜେଡି ତାଙ୍କୁ ପ୍ରାର୍ଥୀ କରିଛି। ଯେତେବେଳେ କି ସେ ନିର୍ବାଚନର ତିନି ମାସ ପୂର୍ବରୁ ଅସୁସ୍ଥ ଥିଲେ। ରୋଗଶଯ୍ୟାରେ ଥିବା ସମୟରେ ତାଙ୍କୁ କାହିଁକି ପ୍ରାର୍ଥୀ କରାଗଲା ସେନେଇ ବିଜୟ ମହାପାତ୍ର ପ୍ରଶ୍ନ ଉଠାଇଛନ୍ତି।
ସେପଟେ ବିଜୟଙ୍କ ଅଭିଯୋଗକୁ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।
ପାଟକୁରାରୁ ବିଜେଡି ବେଦ ପ୍ରକାଶଙ୍କୁ ପ୍ରାର୍ଥୀ କରିଥିଲା। ତେବେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ବେଦ ପ୍ରକାଶ। ଏପରିକି ଦଳୀୟ ଟିକେଟ୍ ମିଳିବା ଦିନ ସେ ନବୀନ ନିବାସକୁ ଯାଇପାରି ନ ଥିଲେ। ତାଙ୍କ ପରିବାରଲୋକେ ଯାଇ ଟିକେଟ୍ ଆଣିଥିଲେ।
https://khabar.odishatv.in/odisha/patkura-legislator-and-bjds-candidate-from-the-same-assembly-constituency-in-kendrapara-bed-prakash-agarwalla-passes-away/83156/
ଆହୁରି ମଧ୍ୟ ପଢ଼ନ୍ତୁ: ବରିଷ୍ଠ ବିଧାୟକ ବେଦ ପ୍ରକାଶ ଅଗ୍ରୱାଲ୍ଙ୍କ ପରଲୋକ