୮୦ ହଜାର ଭୋଟରେ ଆଗେଇଲେ ରୀତା

ବରଗଡ଼: ବିଜେପୁର ବିଧାନସଭା ଫଳାଫଳ ସ୍ପଷ୍ଟ ହୋଇ ଆସୁଛି। ଭୋଟ ଗଣତି ଆରମ୍ଭରୁ ବିଜେଡି ପ୍ରାର୍ଥୀ ରୀତା ସାହୁ ଆଗରେ ଅଛନ୍ତି।

ଆଜି ସକାଳ ୮ଟାରୁ ଆରମ୍ଭ ହୋଇଥିଲା ଭୋଟ୍ ଗଣତି । ବର୍ତ୍ତମାନ ସୁଦ୍ଧା ୧୭ ରାଉଣ୍ଡ ଗଣତି ଶେଷ ହୋଇ ଯାଇଛି।  ପ୍ରଥମ ରାଉଣ୍ଡରୁ ବିଜେଡି ଆଗରେ ଥିବାବେଳେ ବର୍ତ୍ତମାନ ୧୭ ରାଉଣ୍ଡ ଗଣତି ବେଳକୁ ରୀତା ସାହୁ ପ୍ରାୟ ୮୦ ହଜାର ଭୋଟରେ ବିଜେପିଠାରୁ ଆଗରେ ଅଛନ୍ତି।

ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି  ୪୭୮୮ ଖଣ୍ଡ ଭୋଟ୍‌ରେ ଆଗୁଆ ରହିଥିଲା। ରୀତା ସାହୁଙ୍କୁ ୭୦୦୫ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ୨୨୧୭ ଓ କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡାଙ୍କୁ ୩୧୭ ଖଣ୍ଡ ଭୋଟ୍ ମିଳିଥିଲା।

ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେପି ୧୧,୦୭୪ ଓ କଂଗ୍ରେସକୁ ୧୫୯୧ ଖଣ୍ଡ ଭୋଟ୍‌ ମିଳିଥିବାବେଳେ ବିଜେଡି ପ୍ରାର୍ଥୀ ରୀତା ସାହୁ  ୪୫,୩୭୫ ଭୋଟ ପାଇ ଆଗରେ ଥିଲେ।

୧୭ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁ ୧,୧୪,୯୦୧ ଭୋଟ ପାଇଥିବାବେଳେ ବିଜେପିକୁ ୩୧, ୬୭୨ ଓ କଂଗ୍ରେସକୁ ୪୮୭୨ ଖଣ୍ଡ ଭୋଟ ମିଳିଛି।

You might also like