• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ବରଗଡ଼: ବିଜେପୁରରେ ଜମୁଛି ହାଇଭୋଲଟେଜ୍ ପ୍ରଚାର। ବିଭିନ୍ନ ଦଳର ପ୍ରାର୍ଥୀଙ୍କ ପାଇଁ ମୈଦାନକୁ ଓହ୍ଲାଇଛନ୍ତି ସେହି ଦଳର ଷ୍ଟାର୍ ପ୍ରଚାରକ। ଆଜି ବିଜେଡିର ଷ୍ଟାର୍ ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାଇସିଲଟ୍‌ରେ ରୋଡ୍ ଶୋ’ କରିଛନ୍ତି।

ଦଳୀୟ ପାର୍ଥିନୀ ରୀତା ସାହୁଙ୍କ ସହ ମିଶି ଏକ ବିଶାଳ ଶୋଭାଯାତ୍ରାରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ଭୋଟ୍ ମାଗିଛନ୍ତି ମୁଖ୍ୟମନ୍ତ୍ରୀ। ଗତକାଲିଠୁ ବିଜେପୁର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଆଜି ଦ୍ୱିତୀୟ ଦିନ ପାଇଁ ପ୍ରଚାରରେ ସାମିଲ ହୋଇଛନ୍ତି।

ସେହିପରି ପ୍ରଚାର ରଣାଙ୍ଗନରେ ପଛରେ ପଡ଼ିନି ବିଜେପି। ଆଜି ଦଳର ଷ୍ଟାର୍ ପ୍ରଚାରକ ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିଛନ୍ତି। ବିଜେପୁର ଏନ୍ଏସିର ବିଭିନ୍ନ ଅଞ୍ଚଳକୁ ଯାଇ  ଦଳୀୟ ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ଭୋଟ୍‌ ମାଗିଛନ୍ତି କେନ୍ଦ୍ରମନ୍ତ୍ରୀ। ସାଙ୍ଗରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ସାଂସଦ ବସନ୍ତ ପଣ୍ଡାଙ୍କ ସମେତ ବହୁ ବରିଷ୍ଠ ନେତା ପ୍ରଚାର କରିଛନ୍ତି। ସେହିଭଳି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଆଜି ବିଜେପୁରର ବିଭିନ୍ନ ଅଞ୍ଚଳରେ ରୋଡ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି।

ସେପଟେ ଏକଦା ବିଜେପୁରକୁ ନିଜର ଗଡ଼ କରିଥିବା କଂଗ୍ରେସ ପ୍ରଚାର ରେସ୍‌ରେ ଏହି ଦୁଇ ଦଳଙ୍କଠାରୁ ପଛରେ ପଡ଼ିଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ନେତା ନରସିଂହ ମିଶ୍ର ଓ ସୁରେଶ ରାଉତରାୟ ପ୍ରମୁଖ ବିଜେପୁରରେ ଡେରା ପକାଇଛନ୍ତି। ତେବେ ଦଳୀୟ ପ୍ରାର୍ଥୀ ଦିଲୀପ ପଣ୍ଡା ଘର ଘର ବୁଲି ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ କରି ଲୋକଙ୍କୁ ନିଜ ଆଡକୁ କରିବାକୁ ଚେଷ୍ଟା କରୁଛନ୍ତି ଦଳୀୟ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା।

Bijepur-campaign-continue-by-three-party-of-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories