ବିଜେପୁରରେ ସଂଧ୍ୟା ୫ଟା ସୁଦ୍ଧା ୭୨ ପ୍ରତିଶତ ମତଦାନ
ବିଜେପୁର : ବିଜେପୁର ଉପନିର୍ବାଚନରେ ସଂଧ୍ୟା ୫ଟା ସୁଦ୍ଧା ୭୨% ପ୍ରତିଶତ ଭୋଟିଂ ହୋଇଛି। ଏହି ସୂଚନା ଦେଇଛନ୍ତି CEO ଏସ୍.କେ ଲୋହାନି। ଆଜି ବିଜେପୁରରେ କଡ଼ା ସୁରକ୍ଷା ମଧ୍ୟରେ ଭୋଟ ନିଆଯାଇଛି।
ଉପନିର୍ବାଚନରେ ଏଥର ବିଜେପୁର ରଣାଙ୍ଗନରେ ୫ଜଣ ପ୍ରାର୍ଥୀ ଅଛନ୍ତି। ତେବେ ଏଠାରେ ମୋଟାମୋଟି ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟରେ ମୁକାବିଲା ହେଉଛି। ଭୋଟ ଗ୍ରହଣ ପାଇଁ ନିର୍ବାଚନ ମଣ୍ଡଳିରେ ୨୮୫ଟି ବୁଥ କରାଯାଇଥିଲା। ସୁରକ୍ଷା ପାଇଁ ୩୩ ପ୍ଲାଟୁନ୍ ଫୋର୍ସ ସହ ୫ କମ୍ପାନୀ ସିଆରପିଏଫ୍ ଓ ବରିଷ୍ଠ ପୁଲିସ ଅଧିକାରୀ ନିୟୋଜିତ ହୋଇଥିଲେ। ୨ ବର୍ଷ ମଧ୍ୟରେ ଏହା ବିଜେପୁରରେ ତୃତୀୟ ନିର୍ବାଚନ।