• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର : ଶ୍ରୀମନ୍ଦିର ନୀତିରେ ବିଳମ୍ବ ଓ ମହାପ୍ରଭୁ ଜଗନ୍ନାଥ ଉପାସ ରହିବା ଘଟଣାକୁ ନେଇ ଗଜପତି ମହାରାଜାଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ରାଜନେତା ବିଜୟ ମହାପାତ୍ର। ଗଜପତି ମହାରାଜା ଶସ୍ତା ବିବୃତି ଦେଇ ଖସିଯିବା ଉଚିତ ନୁହଁ ବୋଲି ବିଜୟ କହିଛନ୍ତି।

ଗଜପତି ମହାରାଜ ଠାକୁରଙ୍କ ଆଦ୍ୟ ସେବକ ଓ ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ। ଏଣୁ ତାଙ୍କର ଶ୍ରୀମନ୍ଦିର ପରିଚାଳନା ନେଇ ଗୁରୁ ଦାୟିତ୍ୱ ରହିଛି। ଛୋଟ ଘଟଣା ସଂପର୍କରେ ପ୍ରଶାସନ ପୂର୍ବରୁ ଜାଣିଥିଲେ ବି ଆନ୍ତରିକତା ଦେଖାଇଲା ନାହିଁ । ଆଉ ତାହାର ପରିଣାମ ଏତେ ସାଂଘାତିକ ହେଲା ଯେ, ମହାପ୍ରଭୁ ଉପାସ ରହିଲେ। ଶ୍ରଦ୍ଧାଳୁମାନେ ଠାକୁରଙ୍କ ଦର୍ଶନରୁ ବଞ୍ଚିତ ହେଲେ। ଗଜପତି କିମ୍ବା ସରକାର ଏହି ଘଟଣାକୁ ମାମୁଲି ଭାବେ ଗ୍ରହଣ କରନ୍ତୁ ନାହିଁ ବୋଲି ବୋଲି ବିଜୟ ମହାପାତ୍ର କହିଛନ୍ତି।

ସେପଟେ ବିଜୟ ମହାପାତ୍ରଙ୍କ ମନ୍ତବ୍ୟକୁ ନେଇ ଗଜପତି ମହାରାଜଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି , ୧୯୬୦ ମସିହାରେ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଲାଗୁ ହେଲା ପରେ ଓଡ଼ିଶା ସରକାର ଗଜପତିଙ୍କ ଠାରୁ ସମ୍ପୂର୍ଣ୍ଣ ଭାବେ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ହାତକୁ ନେଲେ। ସେବେ ଠାରୁ ଶ୍ରୀମନ୍ଦିରର ସମସ୍ତ ପ୍ରଶାସନିକ ଦାୟିତ୍ୱ ଗଜପତି ନୁହଁନ୍ତି ରାଜ୍ୟ ସରକାର ହିଁ  ବହନ କରିଆସିଛନ୍ତି ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଉପରେ ଦୈନନ୍ଦିନ ପରିଚାଳନାର ଦାୟିତ୍ୱ ପୂର୍ଣ୍ଣ ମାତ୍ରାରେ ନ୍ୟସ୍ତ କରାଯାଇଛି।

ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ଗଜପତିଙ୍କ ଦାୟିତ୍ୱ ହେଉଛି କମିଟିର ବୈଠକରେ ଅଧ୍ୟକ୍ଷତା କରିବା। ଏହାବ୍ୟତୀତ ଶ୍ରୀମନ୍ଦିର ପରିଚାଳନା ନେଇ ତାଙ୍କର କୌଣସି ଅଧିକାର ନାହିଁ କି ଦାୟିତ୍ୱ ନାହିଁ।  ମହାପ୍ରଭୁଙ୍କ ଆଦ୍ୟ ସେବକ ଭାବେ ପରମ୍ପରା ଅନୁସାରେ ସେବା କରିବା ଗଜପତିଙ୍କ ଦାୟିତ୍ୱ। ଆଦ୍ୟ ସେବକ ସେବାରେ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱର କୌଣସି ଅଂଶ ନାହିଁ। ଉପରୋକ୍ତ ବାସ୍ତବ ସ୍ଥିତି ନେଇ ଗଜପତି ମହାରାଜାଙ୍କ ବାରମ୍ବାର ସ୍ପଷ୍ଟୀକରଣ ଦେବା ସତ୍ତ୍ୱେ ଏଭଳି ଭ୍ରାନ୍ତ ଧାରଣା ଉପୁଜିବା ଅନୁଚିତ ବୋଲି ଗଜପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Bijaya-mohapatra-target-gajapati-maharaj-on-sri-mandir-ritual-delay-issue
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories