ପାଟକୁରାରେ ପୁଣି ମୁହାଁମୁହିଁ ହେବେ ଦୁଇ ହେଭିୱେଟ୍

ପାଟକୁରା ( ମନୋଜ କୁମାର ସ୍ୱାଇଁ) : ପାଟକୁରାରେ ପୁଣି ହେବ ହେଭିୱେଟ୍ ଲଢେଇ। ସବୁ ଚର୍ଚ୍ଚାର ଅନ୍ତ ଘଟାଇ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ଅନ୍ତର୍ଗତ ପାଟକୁରା ବିଧାନସଭା ଆସନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ୱାଲ୍।

ଏଠାକାର ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ର ବି ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପୂର୍ବରୁ ବେଦପ୍ରକାଶ ଅସୁସ୍ଥ ଥିବାରୁ ବିଜେଡି ସେଠାରେ ପ୍ରାର୍ଥୀ ବଦଳାଇ ପାରେ ବୋଲି ଚର୍ଚ୍ଚା ଜୋରଧରିଥିଲା। କିଛିଦିନ ତଳେ ବେଦପ୍ରକାଶଙ୍କ ପତ୍ନୀ ଓ ପୁଅ ମଧ୍ୟ ନବୀନଙ୍କୁ ଭେଟିଥିଲେ। ତେବେ ଆଜି ବେଦପ୍ରକାଶ ନାମାଙ୍କନ ଦାଖଲ କରିବା ପରେ ପାଟକୁରାରେ ଏଥର ପୁଣି ଦୁଇ ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ମୁହାଁମୁହିଁ ହେବେ ବୋଲି ସ୍ପଷ୍ଟ ହୋଇଛି।

ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ୱାଲ୍ ଓ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ମଧ୍ୟରେ ୧୦ ବର୍ଷ ପରେ ପୁଣି ଦେଖିବାକୁ ମିଳିବ ବିଗ୍ ଫାଇଟ୍। ୨୦୦୯ ନିର୍ବାଚନରେ ଦୁହିଁଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା ଓ ବେଦପ୍ରକାଶ ଅଗ୍ରଓ୍ୱାଲ୍ ବିଜୟ ମହାପାତ୍ରଙ୍କୁ ପ୍ରାୟ ୨୬ ହଜାର ୭ଶହ ଭୋଟରେ ହରାଇଥିଲେ। ପାଟକୁରାରେ ଏଥର କଂଗ୍ରେସ ଜୟନ୍ତ ମହାନ୍ତିଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଦୋହରାଇଛି।

You might also like