• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଟିକାକରଣକୁ ବ୍ୟାପକ କରିବା ଲକ୍ଷ୍ୟ
ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା
ଅନୁଗୁଳ ଓ ବୌଦ୍ଧରେ କମ୍ ଟିକାକରଣ ହୋଇଛି, ଧୀରେ ଧୀରେ ଠିକ୍ ହୋଇଯିବ
ଦୈନିକ ୧ ଲକ୍ଷ ବୟସ୍କଙ୍କୁ ଟିକାକରଣ ପାଇଁ ୯୨୭ କେନ୍ଦ୍ର କରାଯାଇଛି
ଗତକାଲି ଗୋଟିଏ ଦିନରେ ୧ ଲକ୍ଷ ୨୧ ହଜାର ୫୭୨ ଜଣଙ୍କୁ ଟିକାକରଣ
ଟିକା ନେଇଥିବା ବ୍ୟକ୍ତିଙ୍କ ଆଣ୍ଟିବଡି ନୂଆ ଷ୍ଟ୍ରେନରେ ମଧ୍ୟ କାମ କରିବ

ଭୁବନାଶ୍ୱର: ରାଜ୍ୟରେ ଟିକାକରଣକୁ କିଭଳି ଭାବେ ବ୍ୟାପକ କରାଯିବ ସେ ନେଇ ପଦକ୍ଷେପ ନିଆଯାଉଛି ।  ଭ୍ୟାକ୍ସିନେସନ ସେଣ୍ଟର ବଢ଼ାଯିବା ସହ ଟିକାକରଣ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି  । ପରିବାର କଲ୍ୟାଣ ନିର୍ଦ୍ଦେଶକ ଏନେଇ  ସୂଚନାଦେଇଛନ୍ତି । ଗତକାଲି ଗୋଟିଏ ଦିନରେ ହିଁ ମୋଟ ୧ ଲକ୍ଷ ୨୧ ହଜାର ୫୭୨ ଜଣଙ୍କର ଟିକାକରଣ କରାଯାଇଛି ।

ଟିକାକରଣ କେନ୍ଦ୍ରକୁ ଆଗକୁ ମଧ୍ୟ ଆହୁରି ବୃଦ୍ଧି କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଅନ୍ୟ ପଟେ ଆଣ୍ଟିବଡି ପ୍ରସ୍ତୁତ ନେଇ ସର୍ଭେ ଚାଲିଛି ଟିକା ନେଇଥିବା ବ୍ୟକ୍ତିଙ୍କ ଠାରୁ ସାମ୍ପଲ ସଂଗ୍ରହ କରାଯାଇଛି । ରିପୋର୍ଟ ଆସିବା ପରେ ଆଣ୍ଟିବଡି ସୃଷ୍ଟି ହୋଇଛି ନା ନାହିଁ ତାହା ଜଣାପଡ଼ିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି । ତେବେ ପ୍ରାଥମିକ ରିପୋର୍ଟ ଅନୁଯାୟୀ ଟିକା ନେଇଥିବା ବ୍ୟକ୍ତିଙ୍କ ଠାରେ ଆଣ୍ଟିବଡି ଠିକ୍ ଭାବେ କାମ କରୁଛି କରୋନାର ନୂଆ ଷ୍ଟ୍ରେନ୍ ବିରୋଧରେ ମଧ୍ୟ ଏହା କାମ କରିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ନୂଆ ଷ୍ଟ୍ରେନ ସହ ପୁଣି କରୋନା ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କତା ଜାରି କରାଯାଇଛି । କରୋନାର ଏହି ନୂଆ ଷ୍ଟ୍ରେନ ପୂର୍ବ ଅପେକ୍ଷା ଅଧିକ ମାରାତ୍ମକ ଏଣୁ ଅଧିକ ସତର୍କ ରହିବା ସହ ସଚେତନ ହେବା ଆବଶ୍ୟକ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ନୂଆ ଷ୍ଟ୍ରେନ ଯୋଗୁଁ ମଣିଷଠାରେ ଭିନ୍ନ ଭିନ୍ନ ଲକ୍ଷଣ ଦେଖାଯାଉଛି ସେଗୁଡ଼ିକ ହେଲା ଦେହ ହାତ ଅବଶ ଲାଗିବା, ଭୋକ ନ ହେବା, ମୁଣ୍ଡ ବିନ୍ଧା, ଦେହ ହାତ ସାମାନ୍ୟରୁ ମଧ୍ୟମ ଘୋଳାବିନ୍ଧା ହେବା, ତରଳ ଝାଡ଼ା ଦିନକୁ ୪ରୁ ୫ ଥର ହେବା, ଗଳା ଦରଜ, ନାକ ଚୁଣ୍ଟିହେବା, ଚର୍ମରୋଗ ନୂଆ କରି ଦେଖାଦେବା, ଚର୍ମ କୁଣ୍ଡାଇ ହୋଇ ଲାଲ୍ କିମ୍ବା ନୀଳ ପଡ଼ିବା । ବଡ଼ କଥା ହେଉଛି, ନୂଆ ଷ୍ଟ୍ରେନର ଭୂତାଣୁ ଅଧିକ ସଂକ୍ରାମକ ଓ ଶୁଖିଲା ବସ୍ତୁ ଉପରେ ପ୍ରାୟ ୮ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିପାରୁଛି । ପୂର୍ବ ଅପେକ୍ଷା ଏହା ଅଧିକ ସହଜରେ ଦେହରେ ପ୍ରବେଶ କରିପାରୁଛି ।

Bijay-panifrahi-reaction-on-vaccination
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories