ଖୋଲୁଛି ବାଂଲା ସେକ୍ସ ରାକେଟର ଗୁମର: ଏସ୍‌ଟିଏଫ୍‌ ହାତରେ ନୂଆ ତଥ୍ୟ

ଭୁବନେଶ୍ୱର: ଧୀରେ ଧୀରେ ଖୋଲୁଛି ରାଜଧାନୀରେ ବାଂଲା ସେକ୍ସ ରାକେଟର ଗୁମର। ଜାଲ ଡକ୍ୟୁମେଣ୍ଟ କରି ବାଂଲା ରୂପଜୀବୀ ନିଜକୁ ଭାରତୀୟ ପରିଚୟ ଦେବା ସହ ଚଳାଇଛନ୍ତି ଦେହ ବ୍ୟବସାୟ। ଗତକାଲି ରାକେଟର କିଙ୍ଗପିନ୍ ପିପିଲିରୁ ଗିରଫ ହେବା ପରେ ଏସଟିଏଫ୍ ହାତରେ ଲାଗିଛି ନୂଆ ନୂଆ ତଥ୍ୟ। ତେବେ ଏମାନେ କେମିତି ସୀମା ଡେଇଁ ଭାରତରେ ପ୍ରବେଶ କରୁଛନ୍ତି? କେଉଁ ଉପାୟରେ ଜାଲ୍ ଆଧାରକାର୍ଡ ଓ ଅନ୍ୟ କାଗଜପତ୍ର ହାସଲ କରୁଛନ୍ତି ତାହା ଜାଣିବା ପୁଲିସ ପାଇଁ ଚ୍ୟାଲେଜ୍ ହୋଇଛି।

ପ୍ରତିକାତ୍ମକ ଚିତ୍ର

ଏସବୁ ଦେଖିଲା ପରେ ରାଜଧାନୀ ଭୁବନେଶ୍ୱର ବାଂଲାଦେଶୀ ରୂପଜୀବୀଙ୍କ ନିରାପଦ ଆଶ୍ରୟ ସ୍ଥଳ ହେଲା ଭଳି ମନେ ହେଉଛି। ଏଠାରେ ରହି ଖୁଲ୍ଲମଖୁଲ୍ଲା ଚଳାଉଛନ୍ତି ଦେହ ବ୍ୟବସାୟ ଚାଳାଉଛନ୍ତି ଏମାନେ। ତେବେ ଧରପଗଡ ସେତେ କଡ଼ା ନଥିବାରୁ ଏଠାରେ ରହି ଧନ୍ଦା ଚଳାଇବାକୁ ନିରାପଦ ମଣୁଛନ୍ତି ରୂପଜୀବୀ।

ଦେହ ବ୍ୟବସାୟର ମୁଖ୍ୟ ଖଳନାୟକ

ସବୁଠୁ ବଡ଼ ପ୍ର ହେଲା ଶ୍ନ ବାଂଲାଦେଶ ସୀମା ଡେଇଁ ଏତେ ସଂଖ୍ୟାରେ ଯୁବତୀ ଓଡ଼ିଶା ଆସୁଛନ୍ତି କେମିତି? କାହା ସହଯୋଗରେ ଏଠାରେ ରହି ସେମାନେ ବିନା ଭୟରେ ଚଳାଉଛନ୍ତି କାରବାର ? କିଭଳି ଏମାନଙ୍କୁ ମିଳୁଛି ଜାଲ ଆଧାରକାର୍ଡ ଓ ଅନ୍ୟାନ୍ୟ କାଗଜପତ୍ର ? ଏସବୁର ମୂଳରେ ପହଞ୍ଚିବା ଏବେ କମିଶନରେଟ୍ ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି।

ପ୍ରତିକାତ୍ମକ ଚିତ୍ର

ଗତକାଲି ଗିରଫ ହୋଇଥିବା ବାଂଲା ସେକ୍ସ ନେଟଓ୍ୱର୍କର କିଙ୍ଗପିନ୍ ଇବ୍ରାହିମ ଓ ତା ସ୍ତ୍ରୀ ଅଞ୍ଜଳିଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରାଉଚରା ପାଇଁ ଯୋଜନା କରୁଛି କ୍ରାଇମବ୍ରାଞ୍ଚ। ଏସଟିଏଫ୍ ଅଞ୍ଜଳି-ଇବ୍ରାହିମର ପିପିଲି ଅଞ୍ଚଳରେ ଦେଢ଼ କୋଟିରୁ ଅଧିକ ମୂଲ୍ୟ ଘର, ଏକାଧିକ ମୂଲ୍ୟବାନ୍ ପ୍ଲଟ୍ ଓ ଫାର୍ମ ହାଉସ ରହିଥିବା ଥିବା ସୂଚନା ମିଳିଛି।

ମୁଖ୍ୟ ଖଳନାୟକଙ୍କ ସହିତ ଏମାନେ ଥିଲେ ସାମିଲ୍‌

ଇବ୍ରାହିମ୍ ପୂର୍ବରୁ ଚୋରା ବନ୍ଧୁକ କାରବାର ମାମଲାରେ ଗିରଫ ହୋଇଥିବା ବେଳେ ତା ସ୍ତ୍ରୀ ନାଁରେ କୋଲକାତାରେ ଏକ ହତ୍ୟା ମାମଲା ଥିବା ଜଣାପଡ଼ିଛି। ପତି-ପତ୍ନୀଙ୍କ ଚେନରେ ସାମିଲ ଥିବା ୩ ଜଣଙ୍କୁ ବି ଆଜି ଧରିଛି କମିଶନରେଟ୍ ପୁଲିସ।

You might also like