• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟିର ଦୁର୍ନୀତି ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍ । ଏମିତିକି ଏହି ଦୁର୍ନୀତି ଓ ଅନିୟମିତତା ପ୍ରତିବାଦରେ ଆସନ୍ତା ୭ରୁ ୯ ଯାଏଁ ଆନ୍ଦୋଳନ କରିବାକୁ ଦଳ ସ୍ଥିର କରିଛି । ସେପଟେ ଦୁର୍ନୀତିରେ ସଂପୃକ୍ତ ଥିବା କହି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ଆବାସ କେଳେଙ୍କାରୀର ସିବିଆଇ ତଦନ୍ତ ଦାବି କରିଛନ୍ତି ଦଳର ବରିଷ୍ଠ ନେତା ପୀତାମ୍ବର ଆଚାର୍ଯ୍ୟ ।

ଆଧୁନିକ ଭାରତରେ ଲୋକେ ଏବେ ବି ଏମିତି ଘରେ ରହୁଛନ୍ତି ଯାହା ଦେଖି ଗୁହାଳ ଭଳି ଲାଗୁଛି । ବିଶ୍ୱାସ ଲାଗୁନଥିଲେ ବି ସତ । ନୀଳଗିରି ବ୍ଲକ ନରସିହଂପୁର ପଞ୍ଚାୟତ ଦୁର୍ଗାପୁର ଗାଁର ଗୋଟିଏ ଘର ମନୋରମା ବେହେରାଙ୍କର ତ ଆଉ ଗୋଟିଏ ସେହି ଗାଁର କୌଶଲ୍ୟାଙ୍କ ଘର କଥା କହୁଛୁ । ଉଭୟେ ବିଧବା । ଘର ଖଣ୍ଡେ ପାଇଁ ସରକାରୀ ବାବୁଙ୍କଠୁ ଆରମ୍ଭ କରି ଲୋକ ପ୍ରତିନିଧି, କେତେ କାହାକୁ ନେହୁରା ହେଉଛନ୍ତି । ହେଲେ କେହି ଶୁଣୁନାହାନ୍ତି ।

ସେମିତି ଆଉ ଜଣେ ବଳିଷ୍ଠ ଉଦାହରଣ ହେଲେ ସୁନ୍ଦରଗଡ଼ କିରୋଇ ପଞ୍ଚାୟତର ଦିଲିପ ଏକ୍‌କା । ଦଦରା ଘରେ ବିତୁଛି ୫ ପ୍ରାଣୀ କୁଟୁମ୍ବଙ୍କ ଜୀବନ । ସ୍ଥିତି ଏମିତି ହୋଇଥିଲା ଯେ ଖୋଲାମେଲା ଘରେ ଦିନେ ଏକ ପାଗଳ ପଶି ଦିଲିପଙ୍କ ଦୁଇ ପୁଅଙ୍କୁ ଆକ୍ରମଣ କରିଥିଲା । ମାଗଣା ଘରଟିଏ ପାଇଁ ନେହୁରା ହୋଇ ନିରାଶ ହେବା ପରେ ବ୍ୟବସ୍ଥା ଉପରେ ଏବେ ଦିଲିପଙ୍କ ପ୍ରବଳ କ୍ଷୋଭ । ଏଣେ ଆବାସ ବାହାସ୍ଫୋଟର ଏଭଳି ବାସ୍ତବ ଚିତ୍ର ଦେଖିଲା ପରେ ଠିକ୍ ଅନୁଭବ ହେଉଛି ରାଜ୍ୟରେ ସରକାରୀ ଘର ତାହାଲେ ପାଉଛି କିଏ ?

ଏଣେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହାଦୁର୍ନୀତିର ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ଅଭିଯୋଗ କରିଛନ୍ତି କେନ୍ଦ୍ରୀୟ ଟିମ୍ ୫ଟି ଜିଲ୍ଲାର ୯ଟି ବ୍ଲକ୍ରେ ଅନୁଧ୍ୟାନ କରିଥିଲା । ଯେଉଁଥିରେ ୧ଲକ୍ଷ ଘର ଆବଣ୍ଟନରେ ହଜାରେ କୋଟିର ଦୁର୍ନୀତି ହୋଇଛି । ସେହିପରି ଦଳ ଅଭିଯୋଗ ଆଣିଛି-ଅଯୋଗ୍ୟ ଲୋକ ଆବାସ ଯୋଜନାରେ ଘର ପାଉଛନ୍ତି । ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ହେଉଛି । ବାରମ୍ବାର ଆକାଉଣ୍ଟ ପରିବର୍ତ୍ତନ ହେଉଛି । ଗୁହାଳ ଓ ବାରିପଟ ଘର ଦେଖାଇ ଯୋଜନା ଟଙ୍କା ହଡ଼ପ୍ ଚାଲିଛି ଓ ଡମି ନାଁ ଚଢ଼ାଇ ଘର ନେଇଛନ୍ତି । ନିମ୍ନ ମାନର ଘର ନିର୍ମାଣ ସହ ମନରେଗାରେ କାମ କରିଥିବା ଶ୍ରମିକଙ୍କୁ ପାଉଣା ଦିଆଯାଉନି । ଆବାସ ଦୁର୍ନୀତିରେ ବିଜେଡି ନେତା ଓ ଅଧିକାରୀଙ୍କ ସଂପୃକ୍ତି ରହିଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଏବେ ରାଜ୍ୟକୁ ମିଳିଥିବା ୮ଲକ୍ଷ ୧୭ ହଜାର ଆବାସ କେବଳ ୨୧ଟି ଜିଲ୍ଲାରେ ଆବଣ୍ଟିତ କରି ବାକି ୯ଟି ଜିଲ୍ଲାକୁ ଗୋଟିଏ ବି ଦେଇନାହାନ୍ତି । ତେଣୁ ଏଭଳି ପାତର ଅନ୍ତର ନୀତି କାହିଁକି ବୋଲି ପ୍ରଶ୍ନ କରିଛି ଦଳ । ତେଣୁ ରାଜ୍ୟରେ ଆବାସ ଦୁର୍ନୀତି ପ୍ରତିବାଦରେ ୭, ୮, ୯ରେ ବିଜେପି ଆନ୍ଦୋଳନ କରିବାକୁ ସ୍ଥିର କରିଛି । ସେପଟେ ଆବାସଠୁ ଆରମ୍ଭ କରି ସବୁ ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ଲିପ୍ତ ଥିବା ଅଭିଯୋଗ ଆଣି ଟାର୍ଗେଟ୍ କରିଛନ୍ତି ବରିଷ୍ଠ ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ । ଏମିତିକି ଆବାସ ଯୋଜନାର ସେ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ।

ସେପଟେ ବିଜେପିର ଏସବୁ ଅଭିଯୋଗର ଜବାବ ରଖି ବିଜେଡି କହିଛି, ଆବାସ ଯୋଜନାରେ କେନ୍ଦ୍ର, ରାଜ୍ୟକୁ ସାବାସି ଦେଉଥିବା ବେଳେ, ରାଜ୍ୟ ବିଜେପି ୟୁନିଟ୍ ସମାଲୋଚନା କରିବା ଅତ୍ୟନ୍ତ ହାସ୍ୟାସ୍ପଦ ।

ଆବାସ କଳି ରାଜନୀତି ଭିତରେ ଆଜି ପିଏମଏଓ୍ୱାଇ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫନି କ୍ଷତିଗ୍ରସ୍ତଙ୍କ ପାଇଁ ୮.୧୭ ଲକ୍ଷ ଘର ମଂଜୁର କରିଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇବା ସହ ଅଣପ୍ରଭାବିତ ବାକି ଜିଲ୍ଲାର ୬ ଲକ୍ଷ ହିତାଧିକାରୀଙ୍କୁ ଘର ପାଇଁ ନିବେଦନ କରିଛନ୍ତି । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ଫନି ପ୍ରଭାବିତ ୧୪ ଜିଲ୍ଲା ପାଇଁ ମାସକ ନିମନ୍ତେ ଆବାସ ପ୍ଲସ ୱିଣ୍ଡୋ ଖୋଲାଯାଇଛି ଓ ବାକି ୧୬ ଜିଲ୍ଲା ପାଇଁ ୱିଣ୍ଡୋ ଖୋଲିନଥିବାରୁ ସୁଫଳ ମିଳୁନି ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ।

Big-scam-thousands-crores-of-rupees-in-prime-ministers-housing-scheme
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories