ପୋଲିସର ବଡ଼ ସଫଳତା, ଠାବ କଲେ ମାଓ କ୍ୟାମ୍ପ

ବଲାଙ୍ଗିର: ସାରା ଦେଶ କରୋନା ଭାଇରସ ବିରୋଧରେ ଯୁଦ୍ଧ ଲଢୁଥିବା ବେଳେ ବଲାଙ୍ଗିର ଜିଲ୍ଳାର ମାଓ ଇଲାକାରେ ନକ୍ସଲ ସହିତ ଯୁଦ୍ଧ ଲଢୁଛି ପୋଲିସ ବାହିନୀ। ଲକ୍‌ଡାଉନ ସମୟରେ ପୋଲିସ ଦ୍ୱାରା ଠାବ ହୋଇଛି ମାଓ କ୍ୟାମ୍ପ।

ବଲାଙ୍ଗିର ଜିଲ୍ଳା ଖପ୍ରାଖୋଲ ବ୍ଲକ ବଡତିଆ ଗାଁ ନିକଟ ଚାନ୍ଦଲି ଜଙ୍ଗଲ ଭିତରେ ମାଓ କ୍ୟାମ୍ପ ଥିବା ସଂର୍ପକରେ ସୂଚନା ପାଇଥିଲା ପୋଲିସ। ବଲାଙ୍ଗିର ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଏସଓଜି ଏବଂ ସିଆରପିଏଫ ଟିମ କମ୍ବିଂ ଅପରେସନ ଆରମ୍ଭ କରିଥିଲେ।

ନକ୍ସଲମାନେ ଗୁଳିମାଡ଼ କରିବା ପରେ ତାର ପାଲଟା ଜବାବ ଦେଇଥିଲା ପୋଲିସ।  ସୁରକ୍ଷାକର୍ମୀଙ୍କୁ ସାମ୍ନା ନକରି ନକ୍ସଲମାନେ ସେଠାରୁ ଖସି ପଳାଇଥିଲେ। ଛାନଭିନ କରିବା ପରେ ପୋଲିସ ଏହି ମାଓ କ୍ୟାମ୍ପରୁ ବିପୁଳ ମାଓ ସମଗ୍ରୀ ଜବତ କରିଛି ।

You might also like