ବିଦ୍ୟାଶ୍ରୀଙ୍କୁ ୫ ଘଣ୍ଟା ଜେରା, ପଚରାଗଲା ୭୦ଟି ପ୍ରଶ୍ନ !

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଶ୍ରୀଙ୍କ ହୋଇଛି ଲାଇ ଡିଟେକ୍ସନ୍ ଟେଷ୍ଟ। ଭୁବନେଶ୍ୱର ଫରେନସିକ୍ ଲ୍ୟାବରେ ଲାଇ ଡିଟେକ୍ସନ୍ ଟେଷ୍ଟ କରାଯାଇଛି। ବିଦ୍ୟାଶ୍ରୀଙ୍କୁ ୫ ଘଣ୍ଟା ଜେରାରେ ୭୦ଟି ପ୍ରଶ୍ନ ପଚରାଯାଇଛି। କ୍ରାଇମବ୍ରାଞ୍ଚ ଟିମ୍ ପକ୍ଷରୁ ପ୍ରସ୍ତୁତ ହୋଇଥିବା ପ୍ରଶ୍ନ ତାଙ୍କୁ ପଚରା କରାଯାଇଛି।

ଆଦିତ୍ୟଙ୍କ ମୃତ୍ୟୁ ଦିନ ଓ ତାଙ୍କ ସହ ସମ୍ପର୍କକୁ ନେଇ କିଛି ପ୍ରଶ୍ନ ପଚରା ଯାଇଥାଇ ପାରେ। ଲାଇ୍ ଡିଟେକ୍ସନ୍ ଟେଷ୍ଟ ପରେ କ୍ରାଇମବ୍ରାଞ୍ଚକୁ ମାମଲା ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ଦିଗ ମିଳିପାରେ।ଏହାପରେ ଆଦିତ୍ୟଙ୍କ ବନ୍ଧୁ ବିକାଶ, ପପୁ ଓ ପ୍ରୀତମଙ୍କର ମଧ୍ୟ ଏହି ଟେଷ୍ଟ ହୋଇପାରେ।

ଜୁଲାଇ ୭ ତାରିଖ ଦିନ ସମାଜସେବୀ ଆଦିତ୍ୟ ଦାସଙ୍କ ମୃତଦେହ ଲିଙ୍ଗରାଜ ଷ୍ଟେସନ ନିକଟରୁ ମିଳିଥିଲା। କେମିତି ଆଦିତ୍ୟଙ୍କ ମୃତ୍ୟୁ ହୋଇଛି। ସେ ନେଇ ସଠିକ୍ ଭାବେ ଜଣାପଡ଼ିନି। ପୂର୍ବରୁ ମାମଲାର ତଦନ୍ତ ଆରପିଏଫ୍ କରୁଥିବା ବେଳେ ଏହାକୁ କ୍ରାଇବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି।

You might also like