ସଂଗୀତ ଭିତ୍ତିକ ନୃତ୍ୟ ଭିଡିଓ ପ୍ରସ୍ତୁତ

ଭୁବନେଶ୍ୱରକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ଲକ୍ଷ୍ୟ

ଭୁବନେଶ୍ୱର : ଭୁବନେଶ୍ୱର ଚକେଇସିଆଣିରେ ଥିବା ବିଚରାଜ୍ ସ୍କୁଲ ଅଫ୍ ଆର୍ଟ ଏଣ୍ଡ୍ କଲଚର ଓ ଏକ୍ସପେରିମେଣ୍ଟ କମ୍ପାନୀର ମିଳିତ ଆନୁକୂଲ୍ୟରେ ଏକ ସଂଗୀତ ଭିତ୍ତିକ ନୃତ୍ୟ ଭିଡିଓ ପ୍ରସ୍ତୁତ କରାଯାଇଛି।

ଏହି ଭିଡିଓ ଭୁବନେଶ୍ୱରର ନୂଆ ଚେହେରାକୁ ନେଇ ତିଆରି କରାଯାଇଛି। ଏହାର ଉଦ୍ଦେଶ୍ୟ ହେଲା-ଭୁବନେଶ୍ୱରକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ସହିତ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବା।

ବିଚରାଜ୍ ସ୍କୁଲ ଅଫ୍ ଆର୍ଟ ଏଣ୍ଡ କଲଚରର ୪୦ ଜଣ କଳାକାର ଭିଡିଓରେ ନୃତ୍ୟ ପରିବେଷଣ କରିଛନ୍ତି। ନୃତ୍ୟ ସଂଯୋଜନା କରିଛନ୍ତି ବିଶିଷ୍ଟ ନୃତ୍ୟଶିଳ୍ପୀ ତଥା ସଂଯୋଜକ ସୌମ୍ୟ ସ୍ୱୟଂଜିତ ରାଉତରାୟ।

You might also like