ଭୁବନେଶ୍ୱର : ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ଓ କଂଗ୍ରେସ ନେତା ବାପି ସର୍ଖେଲଙ୍କ ବିରୋଧରେ ପୂର୍ବତନ ସାଂସଦ ବିଭୁ ତରାଇଙ୍କ ବିଷୋଦଗାର। ଦାମଙ୍କୁ ପାରାଦୀପରେ ହେଉଥିବା ସବୁ ଅପରାଧର ରିଂ ମାଷ୍ଟର୍ ବୋଲି ଅଭିଯୋଗ କରିଛନ୍ତି ବିଭୁ ତରାଇ। ତାସହ ହାଇକୋର୍ଟଙ୍କ ଜରିଅାରେ ଏହାର SIT ତଦନ୍ତ ଦାବି କରିଛନ୍ତି।
କଂଗ୍ରେସକୁ ଅାସିବା ପୂର୍ବରୁ ବାପି ସର୍ଖେଲ, ଦାମଙ୍କୁ ନିଜ ରାଜନୈତିକ ଗୁରୁ ବୋଲି କହୁଥିଲେ ବୋଲି କହିଛନ୍ତି ବିଭୂ ତରାଇ। ଜବାବରେ ଦାମ କହିଛନ୍ତି, ଅଭିଯୋଗକାରୀ ଯେଉଁ ଦଳର ବାପି ସର୍ଖେଲ ବି ସେହି ଦଳର।
ଅପରାଧୀଙ୍କୁ ସଂଗଠିତ କରି ତାଙ୍କ ବିରୋଧରେ ଲଗାଯାଇଥିବା ଦାମ ଅଭିଯୋଗ କରିଛନ୍ତି । ସେପଟେ ଯେଉଁମାନେ ଏଭଳି ଅଭିଯୋଗ ଅାଣୁଛନ୍ତି, ସେମାନେ ପାରାଦୀପର ରାଜନୈତିକ ଦଲାଲ ବୋଲି କହିଛନ୍ତି ବାପି ସର୍ଖେଲ।