ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ହେଲେ ଲୋକେ ପଠାଇ ପାରିବେ ଭିଡିଓ

ଭୁବନେଶ୍ୱର: ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ପରିପ୍ରେକ୍ଷୀରେ CEOଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର ଓ ଜଗତସିଂହପୁର ଜିଲ୍ଲା ନିର୍ବାଚନ ଅଧତ୍କାରୀ ବୈଠକରେ ଉପସ୍ଥିତ ଥିଲେ। ବୈଠକରେ ପୋଷ୍ଟାଲ ବାଲାଟର ବହୁଳ ଉପଯୋଗିତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ୮୦ ବର୍ଷରୁ ଉର୍ଦ୍ଧ୍ୱ ଓ ଭିନ୍ନକ୍ଷମ ଭୋଟରଙ୍କୁ ଭେଟିବାକୁ ପରାମର୍ଶ ଦିଆଯାଇଛି।

୧୪ ତାରିଖ ସୁଦ୍ଧା ବୁଥ୍ ସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ଭେଟିବାକୁ ପରାମର୍ଶ ଦିଆଯାଇଛି। ସର୍ଭିସ୍ ଭୋଟରମାନଙ୍କୁ ETPBS ସେବା ମାଧ୍ୟମରେ ଭୋଟ ଦେବାକୁ ସମୀକ୍ଷା କରାଯାଇଛି। ପ୍ରାର୍ଥୀ ଓ ରାଜନୈତିକ ଦଳ ବିଭିନ୍ନ କାର୍ଯ୍ୟ ଲାଗି ଅନ୍‌ଲାଇନ୍ ଆବେଦନ କରିବେ। ବିଭିନ୍ନ କାର୍ଯ୍ୟ ଲାଗି ସୁବିଧା ଆପ୍ ମାଧ୍ୟମରେ ଆବେଦନ କରିପାରିବେ।

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ହେଲେ ସାଧାରଣ ଲୋକେ ଭିଡିଓ ପଠାଇ ପାରିବେ। ସି-ଭିଜିଲ୍ ଆପ୍ ମାଧ୍ୟମରେ ସଚେତନ ନାଗରିକ ଭିଡିଓ ପଠାଇ ପାରିବେ। ଘଟଣା ଘଟିବାର ୫ ମିନିଟ ମଧ୍ୟରେ ଭିଡିଓ ପଠାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଆହୁରି ପଢ଼ନ୍ତୁ

You might also like