ଉଚ୍ଛେଦ ହେଲା ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂର ଉଠା ଦୋକାନ

ଭୁବନେଶ୍ୱର: କାର ପାର୍କିଂ ପାଇଁ ଉଚ୍ଛେଦ। ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂ କଡରେ ନିର୍ମାଣାଧିନ ବହୁତଳ କାର ପାର୍କିଂର ଅଗ୍ରଗତିରେ ବାଧା ସୃଷ୍ଟି କରୁଥିବା ୨୪ଟି ଉଠା ଦୋକାନୀଙ୍କ ବେଆଇନ ନିର୍ମାଣ ଉଛେଦ କଲା  ବିଏମ୍‌ସି। ପୋଲିସର ସହାୟତାରେ ନେଇ ବୁଲଡୋଜର ଲଗାଇ ଉଛେଦ କରିଛ ବିଏମ୍‌ସି।

ସେପଟେ ଏହି ଉଚ୍ଛେଦକୁ ବେଆଇନ ଦର୍ଶାଇଛି ନିଖିଳ ଉତ୍କଳ ଉଠାଦେକାନ କ୍ଷୁଦ୍ର ବ୍ୟବସାୟୀ ସଂଘ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରି ବିଏମସି ଉଚ୍ଛେଦ କରିଥିବା ସଂଘ ଅଭିଯୋଗ କରିଛି।

ସେପଟେ ସ୍ମାର୍ଟ ସିଟି ପ୍ରୋଜେକ୍ଟ ପକ୍ଷରୁ ଅଭିଯୋଗ ପରେ ବିଏମସି ଏଭଳି ପଦକ୍ଷେପ ନେଇଥିବା କହିଛି।  ଆଗକୁ ବି ବେଆଇନ ନିର୍ମାଣ ଉଚ୍ଛେଦ କରାଯିବ ବୋଲି କହିଛନ୍ତି ବିଏମସି ଆସିଷ୍ଟାଣ୍ଡ କମିଶନର।

You might also like