ସିଲ୍‌ ହେଲା ଟେକ୍ ମହିନ୍ଦ୍ରା ଅଫିସ୍

ଭୁବନେଶ୍ୱର: ସିଲ ହେଲା ଭୁବନେଶ୍ୱର ମୈତ୍ରୀ ବିହାରରେ ଥିବା ଟେକ୍ ମହିନ୍ଦ୍ରା ଅଫିସ। ତିନି ଦିନ ଭିତରେ ଏହି ଅଫିସ୍‌ର ୭ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବିଏମସି ଏହାକୁ ସିଲ୍ କରିଛି। ଆଜିଠାରୁ ପୂରା ବିଲ୍ଡିଂକୁ ସିଲ୍ କରାଯାଇଛି।

ଏହାସହ ୨୦ ତାରିଖ ପର୍ଯ୍ୟନ୍ତ ହୋମ୍ କ୍ୱାରେଣ୍ଟିନରେ ରହିବାକୁ ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଏମ୍‌ସି ପକ୍ଷରୁ ଟେକ୍ ମହିନ୍ଦ୍ରାର ସମସ୍ତ ୬୭ କର୍ମଚାରୀଙ୍କର କୋଭିଡ୍ ଟେଷ୍ଟ କରାଯିବାକୁ ନିଷ୍ପତ୍ତି ହୋଇଛି।

ପ୍ରକାଶଥାଉକି, ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଜଟିଳ ଆଡକୁ ଗତି କରୁଛି। ଆଜି ରାଜଧାନୀରୁ ୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ପଜିଟିଭ ମଧ୍ୟରୁ ଲୋକାଲ କଣ୍ଟାକ୍ଟ ୧୪, କ୍ୱାରେଣ୍ଟିନ ୧୪ ଓ ଜଣେ କୋଭିଡ଼ ଯୋଦ୍ଧା ଅଛନ୍ତି। ଏହାକୁ ମିଶାଇ ରାଜଧାନୀରେ ୪୭୯ ଜଣ ସଂକ୍ରମିତ ହେଲେଣି। ୨୭୭ ଜଣ ସୁସ୍ଥ ହୋଇଛନ୍ତି। ଏବେବି ୧୯୫ ଆକ୍ଟିଭ କେଶ ରହିଛି। ୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।

ସେହିପରି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୯୭ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୬,୪୮୬ ଜଣ ସୁସ୍ଥ ହୋଇସାରିଛନ୍ତି। ୩,୫୫୭ ଜଣ ବିଭିନ୍ନ କୋଭିଡ ହସ୍‌ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ରାଜ୍ୟରେ କରୋନାରେ ୪୨ ଜଣଙ୍କ ମୃତ୍ୟୁ ଘଟିଛି।

ଆହୁରି ପଢ଼ନ୍ତୁ

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

You might also like