• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ଆଉ ୧୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୦୫ ଆକ୍ରାନ୍ତଙ୍କ ମଧ୍ୟରୁ ୫୯ କ୍ୱାରେଣ୍ଟିନରେ ଚିହ୍ନଟ ହୋଇଥିବା ବେଳେ ୪୬ ଟି ଲୋକାଲ କଣ୍ଟାକ୍ଟ କେସ୍ ରହିଛି।

କ୍ୱାରେଣ୍ଟିନ୍ ସେଣ୍ଟର ମଧ୍ୟରୁ ନୟାପଲ୍ଲୀ ନୂଆସାହିରୁ ଆଉ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି  ନୂଆପଲ୍ଲୀର ଅନ୍ୟ ଏକ ଅଞ୍ଚଳରୁ ମଧ୍ୟ ୬ ଜଣ ଆକ୍ରାନ୍ତ, ସହିଦନଗର ଅଞ୍ଚଳରୁ ମଧ୍ୟ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛି ବିଏମ୍‌ସି।

ୟୁନିଟ-୧ରୁ ୩ ଓ ବିଶ୍ୱେଶ୍ୱରୀ ବସ୍ତିରୁ ୩ ଚିହ୍ନଟ ହୋଇଛନ୍ତି। ସେହିଭଳି ଫରେଷ୍ଟ ପାର୍କରୁ ୩, IRC ଭିଲେଜରୁ ୩, ୟୁନିଟ-୧ ବସ୍ତିରୁ ୩ ଲୋକାଲ କଣ୍ଟା କେସ୍ ଚିହ୍ନଟ ହୋଇଛନ୍ତି।

ବରମୁଣ୍ଡା ଜଗନ୍ନାଥ ନଗରରୁ ୨, ଜାଗମରାରୁ ୨ ଲୋକାଲ କେସ୍ ରହିଥିବା ବେଳେ ପୁରୁଣା ଏଜି କଲୋନିରୁ ୩, ପୁନାମା ଗେଟ୍ ଅଞ୍ଚଳରୁ ୨ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି।

ସେହିପରି କଟକରୁ ମଧ୍ୟ ଆଜି ୫୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୫୧ ଆକ୍ରାନ୍ତଙ୍କ ମଧ୍ୟରୁ ୪୦ ଜଣ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୧ ଲୋକାଲ କଣ୍ଟା କେସ୍ ରହିଛି। ଏନେଇ କଟକ ମହାନଗର ନିଗମ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

ଆଜି ରାଜ୍ୟରେ ମୋଟ ୧୨୦୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୧୦ ଜଣଙ୍କର ଜୀବନ ଯାଇଛି। ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୬୯ରେ ପହଞ୍ଚିଛି।

Bhubaneswar-sees-a-surge-of-105-covid19-cases
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories