ଭୁବନେଶ୍ୱର: ଚିହ୍ନଟ ହେଲେ ଆଉ ୨୨, ସୁସ୍ଥ ହେଲେ ୧୫
ଭୁବନେଶ୍ୱର: ଭୁବନେଶ୍ୱରରୁ ଆଉ ୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୨ରୁ ୩ଟି ହୋମ୍ କ୍ୱାରେଣ୍ଟିନ୍ ଓ ୧୯ଟି ଲୋକାଲ୍ କଣ୍ଟାକ୍ଟ୍ କେସ୍ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।
୧୯ ଲୋକାଲ୍ କଣ୍ଟାକ୍ଟ୍ କେସ୍ ମଧ୍ୟରୁ ୧୬ଜଣ ଏକ ଘରୋଇ ହସ୍ପିଟାଲର କର୍ମଚାରୀ। ୧୬ ଜଣଙ୍କ ମଧ୍ୟରୁ ୩ ଜଣ ପୁରୁଷ ଏବଂ ୧୩ ଜଣ ମହିଳା କର୍ମଚାରୀ ଅଛନ୍ତି। ନୀଳାଦ୍ରି ବିହାରୁ ୨ଟି ଓ ଶୈଳଶ୍ରୀ ବିହାରରୁ ଗୋଟିଏ ଲୋକାଲ୍ କେସ୍ ରହିଛି। ପୂର୍ବ ପଜିଟିଭଙ୍କ ସଂସ୍ପର୍ଶରେ ଆସି ନୀଳାଦ୍ରି ବିହାରର ୨ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।
ସେହିପରି ହୋମ୍ କ୍ୱାରେଣ୍ଟିନ୍ କେସ୍ରେ ଚନ୍ଦ୍ରଶେଖରପୁରରୁ ଜଣେ, VSS ନଗରରୁ ଜଣେ ଓ ଆଉ ଜଣେ ରେଲ୍ୱ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
ଅନ୍ୟପକ୍ଷରେ ଭୁବନେଶ୍ୱରରେ ଆଉ ୧୫ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ଏଯାବତ୍ ଭୁବନେଶ୍ୱରରେ ଆକ୍ରାନ୍ତ ସଂଖ୍ୟା ୨୨୦ରେ ପହଞ୍ଚିଛି।