ଭୁବନେଶ୍ୱର RTO-୨ ବନ୍ଦ

ଭୁବନେଶ୍ୱର: ଆସନ୍ତା ସୋମବାର ପର୍ଯ୍ୟନ୍ତ ବନ୍ଦ ରହିବ ଭୁବନେଶ୍ୱର RTO-୨। କରୋନା ସଂକ୍ରମଣ ଆଶଙ୍କାରେ RTO-୨କୁ ବନ୍ଦ କରାଯାଇଥିବା ନେଇ ସୂଚନା ମିଳିଛି।

ଗତକାଲି RTO-୧ରେ ୪ଜଣ କରୋନା ପଜିଟିଭ କେସ୍ ବାହାରିବା ପରେ RTO-୨କୁ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି। RTO-୧ ସହ କୌଣସି ବ୍ୟକ୍ତିଙ୍କର RTO-୨ରେ ଲିଙ୍କ ଥିବ ସେଇ ଆଶଙ୍କାରେ RTO-୨କୁ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।

ସୂଚନାଥାଉ କି, ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଆଚାର୍ଯ୍ୟ ବିହାର ସ୍ଥିତ RTO-୧କୁ ବିଏମ୍‌ସି ପକ୍ଷରୁ ଗତକାଲି ବନ୍ଦ କରାଯାଇଥିଲା। ଏଥିସହ ସଂକ୍ରମିତମାନଙ୍କ ସଂସ୍ପର୍ଶରେ ଆସିଥିବା RTO-୧ର ସମସ୍ତ କର୍ମଚାରୀଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

You might also like