ରେକର୍ଡ ଭାଙ୍ଗିଲା ତାତି: ୩୯ ଡିଗ୍ରୀ ଉପରେ ଭୁବନେଶ୍ୱରର ତାପମାତ୍ରା

ଭୁବନେଶ୍ୱର: ଫେବୃଆରୀରେ ମେ’ ମାସର ତାତି। ଗତକାଲି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୯ ଡିଗ୍ରୀ ଟପିଛି। ରାଜ୍ୟର ୧୩ଟି ସହରର ତାପମାତ୍ରା ୩୫ ଡିଗ୍ରୀ ଟପିଛି।

ତେବେ ଆସନ୍ତା ୨୪ ତାରିଖ ପରେ ପାଣିପାଗ ପରିବର୍ତ୍ତନ ଆସିପାରେ। ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ଅନୁମାନ କରିଛି। ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ମଧ୍ୟ ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି।

You might also like