• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ବାଥରୁମ୍ ଭିତରେ ବାପାଙ୍କୁ ୮ ଦିନ ଧରି ବନ୍ଦ କରି ରଖିଥିଲେ ପୁଅ-ବୋହୂ। ଖବର ପାଇ ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କରିଛି ପୋଲିସ। ରାଜଧାନୀ ଭୁବନେଶ୍ୱର ପଳାଶୁଣିରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପଳାଶୁଣି ଅଞ୍ଚଳରେ ରହୁଥିବା ଅବସରପ୍ରାପ୍ତ କର୍ମଚାରୀ ନବଘନ ସେଠୀଙ୍କୁ ତାଙ୍କ ପୁଅ-ବୋହୂ କୌଣସି କାରଣରୁ ଦୀର୍ଘ ୮ ଦିନ ଧରି ବାଥରୁମ୍ ଭିତରେ ବନ୍ଦ କରି ରଖିଥିଲେ।

ବୃଦ୍ଧ ଜଣକ ଆଜି କୌଣସିମତେ ଘରର ବାଲକୋନିକୁ ଆସି ତାଙ୍କୁ ଉଦ୍ଧାର ପାଇଁ କାକୁତି ମିନତୀ ହୋଇଥିଲେ। ପଡ଼ୋଶୀ ପୋଲିସକୁ ଖବର ଦେବାରୁ ମଞ୍ଚେଶ୍ୱର ପୋଲିସ ଘଟଣାସ୍ଥଳକୁ ଯାଇ ବୃଦ୍ଧଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ତେବେ ପୋଲିସକୁ କୌଣସି ପ୍ରକାର ସହଯୋଗ କରିନଥିଲେ ପୁଅ-ବୋହୂ।

ଦୀର୍ଘ ସମୟ ଧରି ଘରର ମୁଖ୍ୟ କବାଟ ନଖୋଲିବାରୁ ଶେଷରେ ଶିଡ଼ି ଲଗାଇ ବୃଦ୍ଧଙ୍କୁ ବାଲକୋନୀରୁ ଉଦ୍ଧାର କରିଥିଲା ପୋଲିସ। ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ବୃଦ୍ଧଙ୍କୁ ପୁଅ-ବୋହୂ ମାରଧର ସହ ବିଭିନ୍ନ ପ୍ରକାର ନିର୍ଯାତନା ଦେଇଥିବା ଥର ଥର କଣ୍ଠରେ ଅଭିଯୋଗ କରିଛନ୍ତି ବୃଦ୍ଧ ବାପା। ଅଭିଯୋଗକୁ ବୋହୂ ଅସ୍ୱୀକାର କରିଥିଲେ ବି କ୍ୟାମେରା ସମ୍ମୁଖରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

Bhubaneswar-police-rescued-a-old-man-who-imprisoned-by-his-son-and-daughter-in-law-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories