ଭୁବନେଶ୍ୱର ପେଟ୍ରୋଲ ପମ୍ପ ବ୍ଲାଷ୍ଟ୍‌ ଘଟଣାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ପୋଲିସ୍‌ କମିଶନର

ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣାକୁ ନେଇ ପୋଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।

ପୋଲିସ୍‌ କମିଶନର କହିଛନ୍ତି, ‘ଏହି ଘଟଣାକୁ ନେଇ କ୍ୟାପିଟାଲ ଥାନାରେ ବିଭିନ୍ନ ଦଫାରେ ମାମଲା ହୋଇଛି। ପ୍ରାଥମିକ ତଦନ୍ତ ଅନୁସାରେ ସେଠାରେ ୪ ଜଣ କାମ କରୁଥିଲେ। ୪ ଜଣଙ୍କ ମଧ୍ୟରୁ ଜଣଙ୍କର କଟକ SCBରେ ଆଜି ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଅବସ୍ଥାରେ SCBରେ ଚିକିତ୍ସାଧିନ ଅଛନ୍ତି। ତୃତୀୟ ବ୍ୟକ୍ତି ସୁରକ୍ଷିତ ଅଛନ୍ତି ଓ ତାଙ୍କ ସହ ଆମେ କଥା ହୋଇଛୁ। ଚତୁର୍ଥ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ମିଳିପାରିନାହିଁ।’

ସେ ଆହୁରି କହିଛନ୍ତି, ‘ତଦନ୍ତ ପାଇଁ ବିଭିନ୍ନ ଅଫିସରଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଛି। କ’ଣ କାମ ହେଉଥିଲା, କାହା ତତ୍ତ୍ୱାବଧାନରେ ହେଉଥିଲା ଏସବୁର ତଦନ୍ତ ହେବ। ଘଟଣାସ୍ଥଳରୁ ମିଳିଥିବା ମାଂସ ଖଣ୍ଡ ଫୋରେନସିକ୍‌ ଲ୍ୟାବ୍ ପଠାଯାଇଛି।
ଆବଶ୍ୟକ ପଡ଼ିଲେ ତାହାର ଡିଏନ୍ଏ ଟେଷ୍ଟ କରାଯିବ। ଫଳରେ DNA ଟେଷ୍ଟରେ ସ୍ପଷ୍ଟ ହେବ ଯେ, ସେ ଶରୀର ଅଂଶ କାହାର।’

’ବିସ୍ଫୋରଣ ସ୍ଥାନରୁ ବାକି ରହିଥିବା ଏଲ୍‌ପିଜି ବାହାର କରି ନିଆଯାଇଛି। ଡିଜେଲ ବାହାର କରାଯାଇଛି। ତେବେ କିଛି ସମୟ ମଧ୍ୟରେ ପେଟ୍ରୋଲ କଢ଼ାଯିବ। ବିସ୍ଫୋରଣରେ ସୃଷ୍ଟି ହୋଇଥିବା ଗାତକୁ ତନ୍ନତନ୍ନ କରାଯାଇ ଯାଞ୍ଚ କରାଯିବ। କାଳେ ଗାତ ଭିତରେ କେହି ନିରୁଦ୍ଦିଷ୍ଟ ରହିଯାଇଥିବେ। ପରିସ୍ଥିତି ଏବେ ଠିକ୍‌ ରହିଛି।ତେଣୁ କେହି ଭୟଭୀତ ହେବାର କାରଣ ନାହିଁ’ ବୋଲି ପୋଲିସ୍‌ କମିଶନର କହିଛନ୍ତି।

ପଢ଼ନ୍ତୁ: ଭୁବନେଶ୍ୱର ପେଟ୍ରୋଲ ପମ୍ପରେ ବ୍ଲାଷ୍ଟ୍‌ ଘଟଣା: ଏହି କାରଣ ଯୋଗୁ ନିଆଁ ଲାଗିଥିବା ସୂଚନା

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

You might also like